fbpx

ନେତାଜୀ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

କଟକ, ୧୫ା୨(ଓଡିଶା ଭାସ୍କର): କଟକ ନେତାଜୀ ସୁଭାଷ ବସ୍ ଟର୍ମିନାଲ ପାଇଁ ଆଜି ବାଟ ଫିଟିଛି । ନେତାଜୀ ବସ୍ ଟର୍ମିନାଲ ନିର୍ମାଣକୁ ମିଳିଛି ହାଇକୋର୍ଟଙ୍କ ଅନୁମତି । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏନେଇ କୋର୍ଟରେ ଯୁକ୍ତି ରଖିଛନ୍ତି । ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ । ଗତ ୨ ତାରିଖରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ । ଟର୍ମିନାଲକୁ ନେଇ ୩ଟି ମାମଲା ଦାୟର ହୋଇଥିଲା । ସେଥିରୁ ୨ଟି ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଛନ୍ତି । ଶ୍ମଶାନ କାଳୀ ମନ୍ଦିର ପୀଠ ବ୍ୟତିତ ବାକି ଜମି ଉପରୁ ସ୍ଥିତବସ୍ଥା ଉଠିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭କୁ ଘୁଞ୍ଚିଛି । ତେବେ ଆବେଦନକାରୀଙ୍କ ମତରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ । ବିଭିନ୍ନ ସମସ୍ୟା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଆବେଦନକାରୀ ।

Get real time updates directly on you device, subscribe now.