fbpx

ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ

ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଉରକେଲାକୁ ଆଶାର ସହର କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ରାଉରକେଲାକୁ ଆସି ମୁଁ ବହୁତ ଖୁସି । ରାଉରକେଲାରେ ବିକାଶର ମୂଳଦୂଆ ପକାଇଥିଲେ ବିଜୁ ବାବୁ । ରାଉରକେଲାରେ ଶିଳ୍ପର ମୂଳଦୁଆ ପଡିଥିଲା । ସୁନ୍ଦରଗଡ ବିକାଶରେ ରାଉରକେଲା ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳ । ଏଠାକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି । ଓଡିଶା ହେଉଛି ଇଣ୍ଡିଆ ହକି ଟିମର ପ୍ରଯୋଜକ । ବିଶ୍ୱ କ୍ପ ହକି ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ ।’

ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ ହୋଇଛି । ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାଁରେ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେଥିରେ ଜନଜାତି ପିଲାଙ୍କ ପାଇଁ ୬୫୦୦ଟି ହଷ୍ଟେଲ କରାଯାଇଛି ।

Get real time updates directly on you device, subscribe now.