fbpx

ଡବଲ୍ ମର୍ଡର କରିଥିବା ଯୁବକକୁ ଖୋଜୁଥିଲା ପୋଲିସ: ଜଙ୍ଗଲରୁ ମିଳିଲା ଅଭିଯୁକ୍ତର ଶବ

ମୁମ୍ବାଇ, ୨୨ା୨: ମୁମ୍ବାଇରେ ଏକ ଡବଲ ମର୍ଡର କେସର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୋଲିସ ଅଭିଯୁକ୍ତକୁ ତଲାସ କରୁଥିବା ବେଳେ ଅଭିଯୁକ୍ତ ଜଙ୍ଗଲ ମଧ୍ୟରେ ଫାଶିଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ୨୬ ବର୍ଷୀୟ ଅଭିଯୁକ୍ତ ମୃତ୍ୟୁ ପୂର୍ବରୁ ନିଜର ମାଆଙ୍କ ପାଖକୁ ଶେଷ କଲ କରିଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପୂର୍ବରୁ ଜଣେ ୧୯ ବର୍ଷୀୟା ଯୁବତୀ ଓ ଯୁବତୀଙ୍କ ୩୭ ବର୍ଷୀୟା ମାଆଙ୍କୁ ହତ୍ୟା କରିଥିଲା । ଗତବର୍ଷ ଅଭିଯୁକ୍ତର ପତ୍ନୀଙ୍କ ଦେହାନ୍ତ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବର୍ତ୍ତି ଯାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅଭିଯୁକ୍ତ ସୁଜାତାଙ୍କୁ ବିବାହ କରିବାକୁ ଚାହିଁଥିଲା । ମାତ୍ର ସୁଜାତାଙ୍କ ପରିବାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ଫଳରେ ଅଭିଯୁକ୍ତ କ୍ରୋଧାନ୍ୱିତ ହୋଇ ଧାରୁଆ ଛୁରୀ ସାହାଯ୍ୟରେ ସୁଜାତା ଓ ତାଙ୍କ ମାଆଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ସୁଜାତା ଓ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.