fbpx

ସିବିଆଇ କୋର୍ଟରେ ବିବନ ହାଜର

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛିି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କମିଶନରେଟ ପୋଲସ ବିବନକୁ କୋର୍ଟରେ ହାଜର କରାଇଛି ।

ତେବେ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ବିବନ । ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ ।

Get real time updates directly on you device, subscribe now.