୨୦୨୧-୨୨ ବଜେଟରେ କୃଷି ପାଇଁ କେତେ କୋଟି ?
ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି ।
ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ- ୧ ଶହ ୬୦ କୋଟି ଟଙ୍କା
କାଳିଆ ଯୋଜନା ଅଧିନରେ ୫୦ ହଜାର ଯାଏଁ ଶୂନ ସୁଧରେ ଋଣ
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ- ୪୫୪ କୋଟି ଟଙ୍କା
ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ -୮୬୦ କୋଟି ଟଙ୍କା
ଜଳନିଧି ଯୋଜନା ପାଇଁ- ୧୮୦ କୋଟି ଟଙ୍କା
ଗଭୀର କୂପ ଖନନ କାର୍ଯ୍ୟକ୍ରମ ପାଇଁ ୩୮୯ କୋଟି ଟଙ୍କା
ଉଦ୍ୟାନ ବିକାଶ କାର୍ଯ୍ୟକ୍ରମ ପାଇଁ -୧୩୨ କୋଟି ଟଙ୍କା
ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ -୧୨୦ କୋଟି ଟଙ୍କା
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ-୪୫୦ କୋଟି ଟଙ୍କା
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିକାଶ ପାଇଁ – ୬୦ କୋଟି ଟଙ୍କା
ମତ୍ସ ଚାଷ ପାଇଁ ନୀଳ ବିପ୍ଲବରେ- ୧୬୧ କୋଟି ଟଙ୍କା
ରାଷ୍ଟ୍ରୀୟ ପାୁଧନ ବିକାଶ ଯୋଜନା ପାଇଁ- ୧୦୨ କୋଟି ଟଙ୍କା
ଉନ୍ନତମାନ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ -୩୪ କୋଟି ଟଙ୍କା
ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ – ୨୧ କୋଟି ଟଙ୍କା
ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ-୧୦୦ କୋଟି ଟଙ୍କା
ମତ୍ସ୍ୟ ଉତ୍ପାଦକତା ବୃଦ୍ଧି ପାଇଁ -୧୩୭ କୋଟି ଟଙ୍କା
ମଧୁର ଜଳ ସଘନ ମାଛ ଚାଷ ପାଇଁ – ୭୦ କୋଟି ଟଙ୍କା
ମତ୍ସଚାଷୀଙ୍କ ଦକ୍ଷତା ବିକାଶ ପାଇଶ – ୫ କୋଟି ଟଙ୍କା
ସହରାଞ୍ଚଳରେ ଆଧୁନିକ ସ୍ୱାସ୍ଥ୍ୟକର ମତ୍ସବଜାର ନିର୍ମାଣ ପାଇଁ- ୧୦୦ କୋଟି ଟଙ୍କା
ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ-୯ କୋଟି ଟଙ୍କା
ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞା ବିଶ୍ୱବିଦ୍ୟାଳୟ । ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।