fbpx

ଆସିଲା ଗାଇଡଲାଇନ୍: ମାର୍ଚ୍ଚ ୩୧ ଯାଏଁ ବଢିଲା କଟକଣା

ନୂଆଦିଲ୍ଲୀ,୨୬ ।୨: ସାରା ଦେଶରେ ମାର୍ଚ୍ଚ ୩୧ ଯାଏଁ କରୋନା କଟକଣା ବଢିଛି । କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା ରହିବ । ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରହିବ କେନ୍ଦ୍ର ସରକାଙ୍କ କୋଭିଡ ଗାଇଡଲାଇନ୍ ।

ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ନିୟମ କଡାକଡି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ନିୟକ ମଡାକଡି ପାଳନ କରିବାକୁ ସବୁ ରାଜ୍ୟ ଓ ୟୁଟିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ସହ ଟିକାକରଣ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ଵ ଦିଆଯାଇଛି ।

Get real time updates directly on you device, subscribe now.