fbpx

‘ମନ୍ କି ବାତ୍’ରେ ଓଡିଆ ପୁଅକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ,୨୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିକ କରିବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଜରୁରୀ । ଜଳ ସଂରକ୍ଷଣ ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ୍ । ଜଳ ଆମର ଜୀବନ ଓ ଆସ୍ଥା । ବର୍ଷା ଜଳର ସଞ୍ଚୟ ଅଭିଯାନ ଜରୁରୀ ଅଟେ । ଆମ ସଂସ୍କୃତି ହଜାର ବର୍ଷର ପୁରୁଣା । ନିଜ ଦେଶର ସାମଗ୍ରୀକୁ ନେଇ ଗର୍ବ କରିବା ଉଚିତ୍ । ପୁରୁଣା ଚିନ୍ତାଧାରା ଛାଡି ନୂଆ ଚିନ୍ତାଧାରାକୁ ଆପଣାନ୍ତୁ । ସ୍ୱପ୍ନକୁ ପୂରଣ କରିବା ପାଇଁ ନିଜ ଗୋଡରେ ଛିଡା ହୁଅନ୍ତୁ । ପୂର୍ବବର୍ଷ ତୁଳନାରେ ଦେଶରେ ଜଳପକ୍ଷୀଙ୍କ ସଂଖ୍ୟା ବଢିଛି । ଦେଶର ଆର୍ଥିକ ସ୍ଥିତି ସୁଦୃଢ ହେବାରେ ଲାଗିଛି । କରୋନା ସମୟରେ ସମସ୍ତ ନିୟମକୁ ମାନି ଚଳିବା ଆମ ପାଇଁ ଲାଭଦାୟକ ।’

ତେବେ ‘ମତ କି ବାତ୍’ରେ ଓଡିଆ ଯୁବକକୁ ପ୍ରଂଶସା କରିଛନ୍ତିି ପ୍ରଧାନମନ୍ତ୍ରୀ । ଜଗତସିଂହପୁର ନାଉଗାଁ ବ୍ଳକ ଅରଖକୁଦ ଗାଁର ସିଲୁ ନାୟକଙ୍କୁ ପ୍ରଂଶସା କରିଛନ୍ତି ମୋଦୀ । ସିଲୁ ନାୟକ ଯୁବକଙ୍କୁ ମାଗଣା ପାଠପଢା ସହ ସେନାରେ ଭର୍ତ୍ତି ପାଇଁ ଟ୍ରେନିଂ ଦେଉଛନ୍ତି । ନାୟକ ସାରଙ୍କ ଉଦ୍ୟମ ପାଇଁ ସେନାରେ ଅନେକ ନିଯୁକ୍ତି ପାଇଲେଣି । ନାୟକ ସାରଙ୍କ ଏଭଳି ଉଦ୍ୟମ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି । ନାୟକ ସାର ଦେଶ ପାଇଁ ଅଧିକ ନାୟକ ସୃଷ୍ଟି କରନ୍ତୁ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.