fbpx

ଏହି ସ୍ଥାନରେ ରହିଛି କୁକୁରଙ୍କ ପାଇଁ ବିଳାସମୟ ହୋଟେଲ: ସୁଇମିଂ, ମସାଜ୍ ସହିତ ରହିଛି ଆହୁରି ଅନେକ ସୁବିଧା

କୁକୁରକୁ ଗୃହପାଳିତ ପଶୁ ଭାବେ ଅନେକ ଘରେ ରଖିବାକୁ ପସନ୍ଦ କରିଥାନ୍ତି । ଅନେକ ଘରେ କୁକୁର ପରିବାରର ଏକ ସଦସ୍ୟ ପରି ରହିଥାଏ । ଅନେକ ଲୋକ କୁକୁରଙ୍କ ଲାଳନ ପାଳନରେ ଅନେକ ଅର୍ଥ ବ୍ୟୟ କରିଥାନ୍ତି । ଭାରତରେ କୁକୁରଙ୍କ ପାଇଁ ପ୍ରଥମ ଥର ଏକ ହୋଟେଲ ଖୋଲିଛି । ଏହି ହୋଟେଲରେ ସୁଇମିଂ ପୁଲ, ମସାଜ୍, ଖାଇବା ପିଇବା ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି ।

ହରିୟାଣାର ଗୁରୁଗ୍ରାମଠାରେ କୁକୁରଙ୍କ ପାଇଁ ଏକ ବିଳାସମୟ ହୋଟେଲ ନିର୍ମାଣ କରାଯାଇଛି । ହୋଟେଲର ନାମ ହେଉଛି ‘କ୍ରିଟେରଟି’ । ଏହି ହୋଟେଲରେ ରହିବା ପାଇଁ ଗୋଟିଏ ରାତି ପିଛା ପାଖାପାଖି ସାଢ଼େ ୪ ହଜାର ଟଙ୍କା । ଏଠାରେ ଛାତ ଉପରେ ସୁଇମିଂ ପୁଲର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରାଇଭେଟ୍ ବାଲକୋନି, ଟିଭି, ରାଜକୀୟ ଶୈଳୀରେ ନିର୍ମିତ ବିଶାଳକାୟ ଶୟନକକ୍ଷ, ଆୟୁର୍ବେଦିକ ମସାଜ ସେଣ୍ଟର ଆଦି ଏଠାରେ ଉପଲବ୍ଧ ରହିଛି । ମେନୁରେ ହାଇପ୍ରୋଫାଇଲ ସେଫ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ଯଥା- ଚିକେନ, ମଟନ, ମିଟ୍, ଆଇସକ୍ରିମ୍, ବିୟର ଆଦି ମିଳିଥାଏ । ହୋଟେଲରେ ଦିନସାରା ପଶୁ ଚିକିତ୍ସକ ରହିଥାନ୍ତି । ଏହାଛଡ଼ା ଏକ ଅପରେସନ ଥିଏଟର ରହିଛି, ଯେଉଁଠି ପ୍ରତ୍ୟେକ ମୁହୂର୍ତ୍ତରେ ଡାକ୍ତରୀ ଷ୍ଟାଫ ରହିଥାନ୍ତି ।

Get real time updates directly on you device, subscribe now.