fbpx

ନନ୍ଦିଗ୍ରାମରେ ଦିଦି-ଶୁଭେନ୍ଦୁ ଟକ୍କର

କୋଲକାତା,୬ ।୩: ପଶ୍ଚିମବଙ୍ଗ ର୍ନିବାଚନ ପାଇଁ ଜୋର ଧରିଛି ରାଜନୀତି । ପୂର୍ବରୁ ଟିମଏମସି ନିଜର ପ୍ରାର୍ଥୀ ତାଲିକା କରିଥିବା ବେଳେ ଆଜି ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନନ୍ଦିଗ୍ରାମରେ ବିଜେପିରୁ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଆସିଥିବା ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଫଳରେ ନନ୍ଦୀଗ୍ରାମରେ ମମତା- ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ହେବାକୁ ଯାଉଛି ।

ତେବେ ବିଜେପିର ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି । ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିଥିବା ବେଳେ ଏଥର କିନ୍ତୁ ନନ୍ଦୀଗ୍ରାମକୁ ବାଛିଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ଶୁଭେନ୍ଦୁଙ୍କ ଗଡ଼ ବୋଲି କୁହାଯାଏ। ତେଣୁ ମମତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି।

Get real time updates directly on you device, subscribe now.