fbpx

ନୂଆ ବିଭାଗ ହେଲା ମିଶନ ଶକ୍ତି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟରେ ମିଶନ ଶକ୍ତି ନାଁରେ ଏଣିକି କାର୍ଯ୍ୟ କରିବ ନୂଆ ବିଭାଗ । ମହିଳା ଦିବସ ପୂର୍ବରୁ ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।

ତେବେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା । ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ମିଶନ ଶକ୍ତିରେ ମୋଟ ସଦସ୍ୟ ସଂଖ୍ୟା ୭୦ ଲକ୍ଷ ରହିଛି । ୨୦୧୭ରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ତିଆରି ହୋଇଥିଲା । ଗତବର୍ଷ ମିଶନ ଶକ୍ତିକୁ ନୂଆ ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Get real time updates directly on you device, subscribe now.