fbpx

ଜେ.ପି. ନଡ୍ଡା ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୦ା୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଥିଲେ ଜେ.ପି. ନଡ୍ଡା । ଜେପି ନଡ୍ଡା ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ ବିଜେପିର ୧୪ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିଦ୍ୱର୍ନ୍ଦ୍ୱରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଜେପି ନଡ୍ଡାଙ୍କୁ ଓଡ଼ିଶାର ସମସ୍ତ ବିଜେପି ସାଂସଦ ସମର୍ଥନ ଜଣାଇଥିଲେ । ଏହାସହ ଜାତୀୟ ପରିଷଦର ସଦସ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ । ସେମାନେ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିଲେ ।

Get real time updates directly on you device, subscribe now.