fbpx

କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ତାଳଚେର,୨୦ ।୧(ଓଡିଶା ଭାସ୍କର): ୨୦୨୩ ସୁଦ୍ଧା ତାଳଚେର ୟୁରିଆ ସାର କାରଖାନା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ସାର ସଚିବ ଆଜି ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧.୨୭ ମିଲିଅନ ଟନ୍ ରହିଛି । ଏହା ଦେଶର ପ୍ରଥମ ଗ୍ୟାସିଫିକେସନ ଭିତ୍ତିକ ପ୍ରକଳ୍ପ ହେବ । ଏହାର କଞ୍ଚାମାଲ ହେବ କୋଇଲା ଓ ପେଟକୋକର ମିଶ୍ରଣ । ସେହି ଅଞ୍ଚଳରେ ଥିବା କୋଇଲାର ବିନିଯୋଗ ମଧ୍ୟ ହୋଇପାରିବ । ଦୈନିକ ୨.୩୮ ମିଲିଅନ କ୍ୟୁବିକ ମିଟର ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ । ଏହି ଗ୍ୟାସ ଏଲପିଜିର ଆମଦାନୀ ଖର୍ଚ୍ଚକୁ କମ କରିବରେ ସକ୍ଷମ ହେବ । ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନମାନ ଉନ୍ନତ ହେବା ସହ ୪ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପାଇବେ । କାରଖାନା ନିର୍ମାଣ ପାଇଁ ୮ ହଜାର କୋଟିର ଚୁକ୍ତି ଦିଆଯାଇଛି ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି ।

Get real time updates directly on you device, subscribe now.