fbpx

ତାରାତାରିଣୀ ଯାତ୍ରା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ମୁତାବକ, ଜିଲ୍ଲା ବାହାରର ଲୋକଙ୍କୁ ମନ୍ଦିର ଭିତରକୁ ଯିବା ମନା ହୋଇଛି । ଏହା ସହ ମା’ ପ୍ରସାଦ ପାହାଡ ତଳେ ମିଳିବ । ପାହାଡ ଉପରକୁ ଘରୋଇ ଯାନବାହନ ଦେଇପାରିବେନି ଶ୍ରଦ୍ଧାଳୁ ।

ଭକ୍ତଙ୍କ ପାଇଁ ଗାଡିର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ତାରାତାରିଣୀ ମନ୍ଦିର ନିକଟରେ ଦୋକାନ ବଜାର ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.