fbpx

ପଶ୍ଚିମବଙ୍ଗରେ ଘମାଘୋଟ ଲଢେଇ, ବିଜେପି ବନାମ ଟିଏମସି

କୋଲକାତା,୧୧ ।୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମମତାଙ୍କ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପଶ୍ଚିମବଙ୍ଗ ପୋଲିସ । ନିର୍ବାଚନ କମିଶନଙ୍କୁ ସ୍କାରକପତ୍ର ଦେଇଛି ଟିଏମସି । ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ତଦନ୍ତ ହେଉ ବୋଲି ଟିମଏସି କହିଛି ।

ଅନ୍ୟପଟେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେପି । ଘଟଣାର ସଠିକ୍ ତଦନ୍ତ ଦାବି କରିଛି ପଶ୍ଚିମବଙ୍ଗ ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ । ବିଜେପିର ଦାବିକୁ ନେଇ ପୁଣି ପାଲଟା ଅଭିଯୋଗ କରିଛି ଟିଏମସି । ବିଜେପି ଡ୍ରାମା କରୁଥିବା କହିଛି ତୃଣମୂଳ କଂଗ୍ରେସ । ସେପଟେ ଭିଡିଓକୁ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି ।

Get real time updates directly on you device, subscribe now.