fbpx

ଅଣ୍ଡା ଖାଇବା ସମୟରେ ବାହାରିଲା ଏପରି ଏକ ଜିନିଷ, ଖୋଲିଗଲା ମହିଳାଙ୍କ କିସ୍ମତ

‘ସୁନା ଅଣ୍ଡା ଦେଉଥିବା କୁକୁଡ଼ା’ ବିଷୟରେ ଆପଣମାନେ ସମସ୍ତେ ଶୁଣିଥିବେ । ଏହି କଥାଟିରେ ସତ୍ୟତା ନାହିଁ, ଏହା କେବଳ କୁହାଯାଇଥାଏ । ମାତ୍ର ଲଣ୍ଡନର ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଲଣ୍ଡନରେ ରହୁଥିବା ୩୯ ବର୍ଷୀୟା ମହିଳା ଶେଲି ଥମ୍ପସନ ନିୟମିତ ସିଝା ଅଣ୍ଡା ଖାଇଥାନ୍ତି । ଦିନେ ଶେଲି ଅଣ୍ଡା ଖାଇବା ସମୟରେ ତାଙ୍କର ପାଟିରେ କିଛି ଲାଗିଥିଲା । ପ୍ରଥମେ ଶେଲି ଏହାକୁ ମାମୁଲି ଜିନିଷ ଭାବିଥିଲେ । ମାତ୍ର ସେ ଯେତେବେଳେ ପାଟିରୁ ସେ ଜିନିଷକୁ କାଢ଼ି ଦେଖିଲେ, ତାଙ୍କର ହୋସ୍ ଉଡ଼ିଗଲା ।

ଅଣ୍ଡାରୁ ବାହାରିଥିବା ଏହି ଜିନିଷକୁ ହୀରା ପରି ଦିଶୁଥାଏ । ତେଣୁ ଶେଲି ସଙ୍ଗେସଙ୍ଗେ ସେ ଜିନିଷଟିକୁ ନେଇ ବଣିଆ ପାଖକୁ ଯାଇଥିଲେ । ବଣିଆ ଏହା ହୀରା ନୁହେଁ ବୋଲି ମନା କରିଦେଇଥିଲେ ମଧ୍ୟ ତାହା ଏକ ମୂଲ୍ୟବାନ ଧାତୁ ବୋଲି କହିଥିଲା । କିନ୍ତୁ ଶେଲି ଏହାକୁ ହୀରା ବୋଲି ଦାବି କରିବା ସହ ନିଜର ବିବାହରେ ସେ ଏହି ଧାତୁରେ ଏକ ମୁଦି ତିଆରି କରି ପିନ୍ଧିବେ ବୋଲି କହିଛନ୍ତି । ତେବେ ଶେଲି ପାଇଥିବା ଜିନିଷଟି ହୀରା ନହୋଇ ଏ ରତ୍ନ ହୋଇପାରେ ବୋଲି ଅନେକ କହିଛନ୍ତି ।

Get real time updates directly on you device, subscribe now.