fbpx

ଜମି ବିକ୍ରିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ,୧୮ ।୩(ଓଡିଶା ଭାସ୍କର): ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି । ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ମିଛ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପ୍ରଚାର କରାଯାଇଛି ବୋଲି କୁହାଯାଇଛି । ଦଖଲରେ ଥିବା ଜଗନ୍ନାଥ ଜମିକୁ ବନ୍ଦୋବସ୍ତ ପାଇଁ ବ୍ୟବସ୍ଥା ହୋଇଛି ।

ସ୍ୱଚ୍ଛତା ଆଧାରରେ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ, ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା ହୋଇଛି । ୨୦୦୧ରୁ ୨୦୨୦ ଭିତରେ ୨୯୧ ଏକର ଜମି ଦିଆଯାଇଛି । ସେହିପରି ୨୦୧୧ରୁ ୨୦୨୧ ମଧ୍ୟରେ ପ୍ରାୟ ୯୬ ଏକର ଜମି ଦିଆଯାଇଛି । ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ନେଇ ଜମି ନିଷ୍ପତ୍ତି ନେଇଛି ଜଗନ୍ନାଥ କମିଟି ।

Get real time updates directly on you device, subscribe now.