fbpx

କଟକରୁ ପୁଣି ୧୭ ପଜିଟିଭ୍ ହେଲେ ଚିହ୍ନଟ

କଟକ, ୨୦ା୩ (ଓଡିଶା ଭାସ୍କର): କଟକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କଟକ ଜିଲ୍ଲାରୁ ପୁଣି ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଧୁପାଟଣା ସ୍କୁଲ ଓ ଆଶ୍ରମରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସ୍କୁଲର କର୍ମଚାରୀ ଓ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବାରୁ ସିଏମସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ କଟକର ଏକ ଘରୋଇ କଲେଜରୁ ୨୫ ଜଣ ଆକ୍ରାନ୍ତ ହୋଇଥିଲେ ।

Get real time updates directly on you device, subscribe now.