fbpx

ରାଜ୍ୟରେ ବଢିଲା ଚାଳକଙ୍କ ଲର୍ଣ୍ଣର୍ସ ଲାଇସେନ୍ସର ଅବଧି, ଜାଣନ୍ତୁ କେତେ ତାରିଖ ପଯ୍ୟନ୍ତ?

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର): ଗାଡି ଚାଳକଙ୍କ ପାଇଁ ଆସିଛି ବଡ ଖବର । ରାଜ୍ୟରେ କୋଭିଡ ସ୍ଥିତି ଦୃଷ୍ଟିରୁ ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି ବଢିଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ମାର୍ଚ୍ଚ ୧୮ ସୁଦ୍ଦା ସରୁଥିବା ଲର୍ଣ୍ଣର୍ସ ଲାଇସେନ୍ସର ଅବଧି ବୃଦ୍ଧି ହୋଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି । ଜୁନ୍ ୩୦ ଯାଏ ପୁରୁଣା ଲର୍ଣ୍ଣର୍ସ ଲାଇସେନ୍ସ କାଏମ ରହିବ ।

ତେବେ ଯେଉଁମାନଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରୁଥିଲେ ବି ଏହାକୁ ବୈଧ ଧରାଯିବ । ଡିଏଲ ପାଇଁ ଅନେକ ଲର୍ଣ୍ଣର୍ସ ଲାଇସେନ୍ସ ଚାଳକ ଅପେକ୍ଷାରେ ଅଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ପରିବହନ କମିଶନର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.