fbpx

ଏଣିକି ସବୁ ବ୍ଲକରେ ବସିବ କୃଷି ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ପ୍ରତି ପଞ୍ଚାୟତ ସମିତିରେ କୃଷି ବୈଠକ ବସିବ । ବୈଠକରେ ଚାଷୀଙ୍କ ବିକାଶ ନେଇ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ କୃଷି, ମତ୍ସ୍ୟ, ଶକ୍ତି ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ । ଏନେଇ କୃଷି ଓଡିଶା କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

Get real time updates directly on you device, subscribe now.