fbpx

ବଢୁଛି ଖରା! ଅଂଶୁଘାତ ମୁକାବିଲା ପାଇଁ କ’ଣ କହିଲେ ଏସଆରସି?

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ ଅସହ୍ୟ ହେବାରେ ଲାଗିଛି ତାତି । ଅଂଶୁଘାତ ମୁକାବିଲା ନେଇ ରାଜ୍ୟ ସରକାରୀଙ୍କ ପ୍ରାକ୍ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଉତ୍ସକୁ ଠିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ବିଶୋଧନ କରିବା ସହ ସଜାଡିବା ପାଇଁ କୁହାଯାଇଛି । ଗାଁରେ ବିଜୁଳି ସମସ୍ୟା ଏଡାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶୁ ପକ୍ଷୀଙ୍କ ପାଇଁ ଜଙ୍ଗଲରେ ଜଳ ଉତ୍ସକୁ ପ୍ରସ୍ତୁତ କରାଯିବ । ପଶୁ ପକ୍ଷୀଙ୍କ ପାଇଁ ଘର ଆଗରେ ପାଣି ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଅଂଶୁଘାତ ମୁକାବିଲା ନେଇ ମେଡିକାଲରେ ବି ସମସ୍ତ ପ୍ରସ୍ତୁତି କରାଯାଇଛି । ସ୍କୁଲ ଓ କଲେଜ କ୍ୟାମ୍ପସରେ ପାଣି ଓ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବସରେ ମଧ୍ୟ ପିଇବା ପାଣି ଓ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.