fbpx

ଯୋଗୀ ସରକାରଙ୍କ ନିଷ୍ପତ୍ତି- ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍

ଅଯୋଧ୍ୟା,୨୫ ।୧୧: ଉତ୍ତରପ୍ରଦେଶରେ ଗାଈଙ୍କ ସୁରକ୍ଷା ପାଇଁ ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯୋଗୀ ସରକାର । ଅଯୋଧ୍ୟାରେ ଗାଈଙ୍କୁ ଏବେ କୋଟ୍ ପିନ୍ଧାଯିବ । ସେମାନଙ୍କୁ ଥଣ୍ଡାରୁ ବଞ୍ଚାଇବା ପାଇଁ ଏହାର ଶୁଭାରମ୍ଭ ରାମନଗରୀ ଅଯୋଧ୍ୟାରୁ ହେବ । ଅଯୋଧ୍ୟାରେ ଥିବା ସରକାରୀ ଗୋ-ଶାଳାରେ ଗାଈଙ୍କୁ କୋଟ୍ ପିନ୍ଧାଯାଇ ଥଣ୍ଡାରୁ ରକ୍ଷାକରାଯିବ । ଏଥିପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ।

 

ଏହି ବ୍ୟବସ୍ଥା ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୦୦ ଗାଈଙ୍କୁ କୋଟ୍ ପିନ୍ଧାଯିବ । ଏହା ସହ ଗୋ-ଶାଳାରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁର ବ୍ୟବସ୍ଥା କରାଯିବ ।

ତେବେ ଅଯୋଧ୍ୟାର ନଗର ଆୟୁକ୍ତ ନୀରଜ ଶୁକ୍ଲା କହିଛନ୍ତି ଯେ, ଗାଈଙ୍କ ପାଇଁ ୩ ପରସ୍ତ ଥିବା କୋଟ୍ ପ୍ରସ୍ତୁତ ହେଉଛି । ପ୍ରଥମେ କୋମଳ କପଡା ଓ ପରେ ଫୋମ ଲଗାଇ କୋଟ୍ ହେବ । ଗାଈମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଏହି ସ୍ୱତନ୍ତ୍ର କୋଟ୍ ନଭେମ୍ବର ସୁଦ୍ଧା ଶେଷ ହୋଇଯିବ । ଏହାର ଦାମ୍ ୨୫୦ରୁ ୩୦୦ ଟଙ୍କା ମଧ୍ୟରେ ରଖାଯିବ ।’

Get real time updates directly on you device, subscribe now.