fbpx

ସାବଧାନ୍! ରାଜ୍ୟରେ ୨ ଦିନ ଖରା, ୨ ଦିନ ବର୍ଷା

ଭୁବନେଶ୍ୱର, ୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ୩ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ରହିଛି । ଏନେଇ କଟକ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାର୍ଚ୍ଚ ୨୮ରେ ୬ ଜିଲ୍ଲା ଓ ୨୯ରେ ୩ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହି ୬ଟି ଜିଲ୍ଲା ଯଥା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ସେହିପରି ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.