fbpx

ନୂଆପଡାବାସୀଙ୍କୁ ଛତିଶଗଡ ମନା, ଜାଣନ୍ତୁ କାହିଁକି?

ନୂଆପଡା,୩୦ ।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଥରେ କରୋନା ମହାମାରୀ ବଢିବାରେ ଲାଗିଛି । କରୋନା ସଂକ୍ରମଣ ପାଇଁ ନୂଆପଡାବାସୀ ଆଉ ଛତିଶଗଡ ଯାଇପାରିବେନି । ନୂଆପଡାରୁ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିଛି ପ୍ରଶାସନ । ପଡୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ବସ୍ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜନସ୍ୱାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଜନସ୍ୱାର୍ଥ ନିର୍ଦ୍ଦେଶକ କହିଛନ୍ତି ଯେ, ନୂଆପଡା ଲୋକେ ପଡୋଶୀ ଛତିଶଗଡକୁ ମାର୍କେଟିଂ ପାଇଁ ଯାଆନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଯୋଗେ ପ୍ରଚାର ହେଉଛି । ଶିକ୍ଷାନୁଷ୍ଠାନ ଗୁଡିକରେ ସଂକ୍ରମଣ ବଢିବା ଚିନ୍ତାର ବିଷୟ । ନୂଆପଡା, ଖୋର୍ଦ୍ଧା ଓ ବରଗଡରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହିସବୁ ସ୍ଥାନରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସକ୍ରଂମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ନିର୍ଦ୍ଦେଶ ହୋଇଛି । ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟିଂ ପାଇଁ କୁହାଯାଇଛି ବୋଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.