fbpx

କରୋନାର କାୟା ବିସ୍ତାର: ୩୫୪ ମୃତ, ଆକ୍ରାନ୍ତ ସଂଖ୍ୟା ୫୩ ହଜାର ଟପିଲା

ନୂଆଦିଲ୍ଲୀ, ୩୧ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଦିନକରେ ୫୩ ହଜାର ୪୮୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୨ ହଜାର ୫୬୬ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ରେ ପହଞ୍ଚିଛି । ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.