fbpx

ଏସସିବିରୁ ୬ ଦଲାଲ ଗିରଫ

କଟକ, ୨ା୪ (ଓଡିଶା ଭାସ୍କର): କଟକ ବଡ଼ଡାକ୍ତରଖାନାରୁ ୬ ଦଲାଲ ଗିରଫ ହୋଇଛନ୍ତି । ତେବେ ଦଲାଙ୍କ ମଧ୍ୟରେ ୨ ଜଣ ମେଡିକାଲ କର୍ମଚାରୀ ଓ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ରହିଥିବା ଜଣାପଡ଼ିଛି । ଏହି ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିଲେ । ଏହି ରାକେଟରେ ବହୁ କର୍ମଚାରୀ ଓ ଡାକ୍ତରଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଡିସିପି କହିଛନ୍ତି ।

Get real time updates directly on you device, subscribe now.