fbpx

ମୋବାଇଲରେ ଗପି ଗପି ନର୍ସ ଫୋଡ଼ିଲେ ଦୁଇଥର ଟିକା, ଜାଣନ୍ତୁ କ’ଣ ହେଲା ରୋଗୀଙ୍କ ଅବସ୍ଥା

କାନପୁର, ୩ା୪: କାନପୁରର ଗ୍ରାମାଞ୍ଚଳରେ ଜଣେ ମହିଳାଙ୍କୁ ଦୁଇଥର କରୋନା ଟିକା ଦିଆଯାଇଛି । ନର୍ସ ଜଣଙ୍କ ମୋବାଇଲରେ ଗପି ଗପି ଏହି ହରକତ କରିଥିବା ଜଣାପଡ଼ିଛି । ତେବେ ଦୁଇଥର ଟିକା ନେବା ପରେ ମହିଳାଙ୍କର ହାତ ଫୁଲି ଯାଇଥିବା ବେଳେ କୌଣସି ସାଇଡ୍ ଇଫେକ୍ଟ ଦେଖାଦେଇନଥିବା ଜଣାପଡ଼ିଛି । ସୂଚନା ପାଇ ଡିଏମ ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, କାନପୁରରେ ମାଡୋଲି ସିଏଚସିରେ କରୋନା ଟିକା ଦିଆଯାଉଥିଲା । କମଲେଶ ଦେବୀ ନାମକ ଜଣେ ମହିଳା ଟିକା ନେବାକୁ ସେଠାରେ ପହଞ୍ଚିଥିଲେ । ମାତ୍ର ଟିକା ଦେଉଥିବା ନର୍ସଜଣକ ମୋବାଇଲରେ ବହୁତ ବ୍ୟସ୍ତ ବ୍ୟସ୍ତ ଥିଲେ । ମୋବାଇଲରେ ଗପି ଗପି ସେ ମହିଳାଙ୍କୁ ଗୋଟିଏ ଥର ପରିବର୍ତ୍ତେ ଦୁଇଥର ଟିକା ଫୋଡ଼ିଥିଲେ । ପରେ ନର୍ସ ଜଣଙ୍କ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.