fbpx

ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆଣିଲେ ସମାଜସେବୀ ଶରତ

ଥାନାରେ ଦେଲେ ଏତଲା

ମାଲକାନଗିରି – ୦୪/୦୪ମାଲକାନଗିରି ଜିଲ୍ଲାର କାଲିମେଳା ତହସିଲରେ ହୋଇଥିବା ଜମି ପଟ୍ଟା ଦୁର୍ନୀତିକୁ ପର୍ଦାଫାସ କରିବା ପରେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କୁ ହତ୍ୟା ଧମକ ମିଳିଛି ବୋଲି ଅଭିଯୋଗ କରିଛନ୍ତି।ଏ ନେଇ ଶ୍ରୀବୁରୁଦା ଥାନାରେ ଏତଲା ଦେବା ପରେ ନିଜର ସୁରକ୍ଷା ଲୋଡ଼ିଛନ୍ତି।ଉକ୍ତ ଘଟଣା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି।ସମାଜସେବୀ ଏହି ଜମି ପଟ୍ଟା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।

ସୂଚନ।ଯୋଗ୍ୟ ଯେ , ଗତ ୧ତାରିଖ ଦିନ ଶ୍ରୀବୁରୁଦା ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜମି ପଟ୍ଟା ଦୁର୍ନୀତି ଘଟଣାରେ ସମ୍ପୃକ୍ତ କାଲିମେଳା ତହସିଲଦାରଙ୍କୁ ହଟାଇବା ପାଇଁ ଦାବି କରିଥିଲେ।ଏ ସମ୍ପର୍କରେ ଲୋକାୟୁକ୍ତ, ଭିଜିଲାନ୍ସ ବିଭାଗକୁ ଅବଗତ କରାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଥିବା ସେ କହିଛନ୍ତି। ଏପରିକି ତାଙ୍କ ପତ୍ନୀଙ୍କୁ ମଧ୍ୟ ଧମକ ମିଳିଥିବା ଥାନାରେ ଏତଲା ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ରହୁଥିବା ହୋଟେଲରେ ବଳପୂର୍ବକ କିଛି ଦୁର୍ବତ୍ତ ପଶି ତାଙ୍କୁ ଖୋଜିଥିଲେ ଏପରିକି ହୋଟେଲର କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦେଇଥିଲେ। ଲାଞ୍ଚ ନେଇ ଏହି ଘଟଣାକୁ ଆଗକୁ ଆଉ ନ ବଢ଼ାଇବା ପାଇଁ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି।

ଏଭଳି ଘଟଣା ଘଟିବା ପରେ ଶ୍ରୀବୁରୁଦାଙ୍କ ପତ୍ନୀ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ବୁଝାସୁଝା କରିବା ପରେ ପତ୍ନୀ ଠିକ ବୋଲି ଶ୍ରୀବୁରୁଦା କହିଛନ୍ତି। ତୁରନ୍ତ ପର୍ଦାଫାସ କରିବା ପାଇଁ ପତ୍ନୀ ମଧ୍ୟ ସମର୍ଥନ କରିଥିଲେ। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କଲେ ସମସ୍ତ ବିଷୟ ଜଣାପଡ଼ିଯିବ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ସେହିପରି ଏତଲାରେ ଶିକ୍ଷକ ରଘୁନାଥ ନାୟକ ଏବଂ ବରୁଣ ଡୁରୁକାଙ୍କ ନାମକୁ ସେ ଲେଖିଛନ୍ତି। ଏହି ଦୁଇ ଜଣ ହିଁ ତାଙ୍କୁ ଧମକ ଦେଇଥିବା ପ୍ରକାଶ କରିଛନ୍ତି।

ଏ ନେଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କୁ ପଚରାଯିବାରୁ ଏତଲା ମିଳିବା ପରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଧମକ କଥା ଉଠାଇବା ପରେ ଦୁର୍ନୀତି ପ୍ରସଙ୍ଗ ନୂଆ ମୋଡ ନେଇଛି। ପୁଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି । ନଚେତ ଆଗକୁ କେହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରିବେ ନାହିଁ ବୋଲି ମତପ୍ରକାଶ ପାଇଛି

Get real time updates directly on you device, subscribe now.