fbpx

ଦିଲ୍ଲୀ ହେଉଛି ଦୁଷ୍କର୍ମର ରାଜଧାନୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍

ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶରେ ବଢ଼ୁଥିବା ଯୌନ ଉତ୍ପୀଡନ ଏବଂ ହିଂସାର କାରଣ ପଶ୍ଚିମ ଦେଶର ସଂସ୍କୃତିକୁ ସୁଚାଇଛନ୍ତି । ଲୋକମାନଙ୍କ ସହ ଇମରାନ୍ ୨ ଘଣ୍ଟା ଧରି କଥା ହେଉଥିବା ବେଳେ ପିଏମ୍ ଇମରାନ୍ ଙ୍କୁ ଲୋକେ ପ୍ରଶ୍ନ କରିଥିଲେ ଯେ, ଦେଶରେ ବଢ଼ୁଥିବା ଦୁଷ୍କର୍ମ ମାମଲା ଏବଂ ଯୌନ ହିଂସା; ଖାସ୍ କରି ଅଳ୍ପ ବୟସର ଝିଅ ମାନଙ୍କ ସହ ହେଉଥିବା ଏହି ଭଳି ମାମଲାକୁ ନେଇ ସରକାର କରୁଛି କଣ ? ଏହାର କାରଣ ସେ ଦେଶର ସଂସ୍କୃତି ଏବଂ ସଭ୍ୟତାକୁ ଦର୍ଶାଇଥିଲେ । ଖାଲି ସେତିକି ନୁହେଁ ନୁଆଦିଲ୍ଲୀକୁ ଦୁଷ୍କର୍ମର ରାଜଧାନୀ ବୋଲି ମଧ୍ୟ କହିଲେ ।

ଏହି ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ଇମରାନ୍ ଭାରତକୁ ଟାର୍ଗେଟ କରି କହିଥିଲେ ଯେ, ଏବେ ପଡୋଶୀ ଦେଶରେ ମଧ୍ୟ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି । କାରଣ ସେଠାରେ ହଲିଉଡ୍ ରୁ ପ୍ରେରଣା ନିଆଯାଉଛି । ଦିଲ୍ଲୀ ଏବେ ଦୁଷ୍କର୍ମର ରାଜଧାନୀ ହୋଇଯାଇଛି । ତେବେ ଇମରାନ୍ ଙ୍କ ଏହି ବୟାନ ପରେ ପାକିସ୍ତାନର ମାନବାଧିକାର ଆୟୋଗ (ଏଚ୍ଆରପିସି) ଅସନ୍ତୋଷ ପ୍ରକାଶ କରିଛନ୍ତି । ଆୟୋଗ ତାଙ୍କ ତରଫରୁ ଏକ ବୟାନ ରେ କହିଛନ୍ତି ଯେ, ଜଣେ ସାର୍ବଜନୀକ ନେତା ହିସାବରେ ଏମିତି ବୟାନ ଅସ୍ୱୀକାର୍ଯ୍ୟ । ଏଥରୁ ନେତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି । କାରଣ ଏଥିରେ ଦୁଷ୍କର୍ମ ପୀଡିତାମାନଙ୍କୁ ହିଁ ଦୋଷର ଭାଗୀଦାର ବୋଲି ଦର୍ଶାଯାଉଛି ।

ସୁଚନା ଯୋଗ୍ୟ, ପାକିସ୍ତାନରେ ପ୍ରତ୍ୟେକ ଦିନ ୧୧ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି । ଆହୁରି ମଧ୍ୟ ଗତ ୬ ବର୍ଷ ମଧ୍ୟରେ ଦେଶବ୍ୟାପୀ ୨୨ ହଜାର ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି ।

Get real time updates directly on you device, subscribe now.