fbpx

ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ଅକଥନୀୟ ମାଡ଼: ସସପେଣ୍ଡ ହେଲେ ଦୁଇ କନେଷ୍ଟବଳ

ଇନ୍ଦୋର, ୭ା୪: ମାସ୍କ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ପୋଲିସ ଅକଥନୀୟ ମାଡ଼ ମାରିଛି । ତେବେ ଏହି ଘଟଣାରେ ଦୁଇଜଣ କନେଷ୍ଟବଳ ସସପେଣ୍ଡ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା । ଏହି ସମୟରେ ଜଣେ ୩୫ ବର୍ଷୀୟ ଯୁବକ ବିନା ମାସ୍କରେ ଯାଉଥିବା ସମୟରେ ଧରାପଡ଼ିଥିଲେ । ଫଳରେ ଦୁଇଜଣ ପୋଲିସ ଉକ୍ତ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ଯୁବକ ଜଣକ ପୋଲିସ ସାର୍ଟ କଲର ଧରିବା ସହ ଗାଳି ଦେଇଥିବା କନେଷ୍ଟବଳ ଦ୍ୱୟ ପାଲଟା ଅଭିଯୋଗ କରିଥିବା ଜଣପଡ଼ିଛି ।

Get real time updates directly on you device, subscribe now.