fbpx

ଆଇଏମଏଫର ରିପୋର୍ଟ:୨୦୨୧ରେ ଚାଇନାକୁ ଟପିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି, ଜାଣନ୍ତୁ କିପରି ରହିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୭/୪: ୨୦୨୧ରେ ୧୨.୫% ରହିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ମଙ୍ଗଳବାର ଏଭଳି ଏକ ଉତ୍ସାହ ଜନକ ତଥ୍ୟ ଦେଇଛି । ଯାହାକି ଚାଇନାର ଆର୍ଥିକ ଅଭିବୃଦ୍ଧିଠାରୁ ମଧ୍ୟ ଅଧିକ ରହିବା ନେଇ ଆଶ କରାଯାଉଛି ।
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତରଫରୁ ପ୍ରକାଶିତ World Economic Outlook ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ୨୦୨୨ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୯% ବୃଦ୍ଧି ପାଇବ ବୋଲି ଆଶାକରାଯାଉଛି ।
୨୦୨୦ରେ କୋଭିଡ ମହାମାରୀ ଯୋଗୁଁ ଏହି ଅଭିବୃଦ୍ଧି ୮ ପ୍ରତିଶତ ତଳକୁ ଖସିଯାଇଥିଲା । ଆଇଏମଏଫର କଳନା ଅନୁସାରେ ଏହା ୧୨.୫ % ବୃଦ୍ଧି ପାଇବ ।
ସେପଟେ ୨୦୨୦ରେ କୋଭିଡ ମହାମାରୀ ସତ୍ୱେ କେବଳ ଚାଇନାର ଅର୍ଥନେିତକ ଅଭିବୃଦ୍ଧି ୨.୩ ପ୍ରତିଶତ ରହିଥିବବେଳେ ଏହା ୨୦୨୧ ମସିହାରେ ୨.୩ ପ୍ରତିଶତ ବୃଦ୍ଧି ଏବଂ ୨୦୨୨ ରେ ୫.୬ ପ୍ରତିଶତ ବୃଦ୍ଧି ପାଇବ ନେଇ ଆଶା କରାଯାଉଛି ।
ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କ କହିବା ଅନୁଯାୟୀ: “୨୦୨ -୨୦୨୨ରେ ପୂର୍ବବର୍ଷ ତୁଳନାରେ ଭାରତର ଅର୍ଥନୀତି ଅଧିକ ଶକ୍ତିଶାଳୀ ରହିବ ।୨୦୨୧ ରେ ଅଭିବୃଦ୍ଧି ୬ ପ୍ରତିଶତ ଏବଂ ୨୦୨୨ରେ ଅଭିବୃଦ୍ଧି ୪.୪ ପ୍ରତିଶତ ରହିବ ।
ସୂଚନା ଅନୁଯାୟୀ ୨୦୨୦ ମସିହାରେ ବିଶ୍ୱ ଅର୍ଥନୀତି -୩.୩ ରହିଥିଲା, ତେବେ ୨୦୨୧ ମସିହାରେ ଏହା ୬ ପ୍ରତିଶତ ରହିବାବେଳେ ୨୦୨୨ ମସିହାରେ ଏହା ୪.୪୪ ପ୍ରତିଶତ ରହିବା ନେଇ ଆଶା କରାଯାଉଛି ।
୨୦୨୦ ଅକ୍ଟୋବରରେ World Economic Outlook ର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟଠାରୁ ଆର୍ଥିକ ଅଭିବୃଦ୍ଧି ୧.୧ ପ୍ରତିଶତ ତଳକୁ ଖସିଥିଲା ।
୨୦୨୦ ଅକ୍ଟୋବରରେ World Economic Outlook ର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ୨୦୨୧ ଏବଂ ୨୦୨୨ ରେ ଅଭିବୃଦ୍ଧି ୦.୮ ପ୍ରତିଶତ ଏବଂ ୦.୨ ପ୍ରତିଶତ ରହିବା ନେଇ ଆଶା କରାଯାଇଥିଲା ।
ଗୀତା ଗୋପିନାଥ ଏକ ବ୍ଲଗ ପୋଷ୍ଟରେ କହିଛନ୍ତି କି “ଭାଇରସ ଏବେବି ଅନେକ ଦେଶ ମାନଙ୍କରେ ରହିଛି । ଭାଇରସକୁ ହରାଇ ଯାଇନାହିଁ । ଏବେବି ମୃତ୍ୟୁହାର ଅଧିକ ରହିଛି, ତଥାପି ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।ସେ ଆହୁରି ମଧ୍ୟ କହିଛନ୍ତି କି ନୀତି ନିର୍ଣ୍ଣକାରୀମାନେ ଏଭଳି ସ୍ଥିିତରେ ସେମାନଙ୍କ ଅର୍ଥନୀତିକୁ ସହଯୋଗ କରନ୍ତୁ । ଗତ ବର୍ଷ ବିଶ୍ୱ ଅର୍ଥନୀତି ୨୦୦୯ରେ ଦେଖାଦେଇଥିବା ଆର୍ଥିକ ସଂଙ୍କଟ ୨ରୁ ୨.୫ ଗୁଣା ତଳକୁ ଖସିଛି ।
ସର୍ବନିମ୍ନ କର୍ପୋରେଟ ଟ୍ୟାକ୍ସକୁ ନେଇ ଆଇଏମଏଫର ମତ
ୟୁଏସର ରାଜକୋଷ ଅଧ୍ୟକ୍ଷ ଜେନେଟ ୟେଲେନଙ୍କ ଏ୨୦ ଦେଶଗୁଡିକୁ ଏହାକୁ ଗ୍ରହଣ କରିବାକୁ ଅହ୍ୱାନ କରିବା ପରେ ଆଇଏମଏଫର ବରିଷ୍ଠ ଅର୍ଥନୀତିଜ୍ଞ କହିଛନ୍ତି ଯେ ଏହି ପାଣ୍ଠି ଦୀର୍ଘ ଦିନରୁ ସର୍ବନିମ୍ନ କର୍ପୋରେଟ ଟ୍ୟାକ୍ସକୁ ସମର୍ଥନ କରିଆସୁଛି। ଆମେ ସର୍ବନିମ୍ନ କର୍ପୋରେଟ ଟ୍ୟାକ୍ସକୁ ସମର୍ଥନ କରୁଛୁ ।
ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ତୁଳନାରେ କମ ରହିବ ଇଉରୋପର ଅଭିବୃଦ୍ଧି
ଆଇଏମଏଫ କହିବା ଅନୁଯାୟୀ ଇଉରୋପର ଅର୍ଥନୀତି ପୁର୍ବବର୍ଷ ତୁଳନାରେ ୨୦୨୧ରେ ଅଧିକ ଶୀଘ୍ର ଅଭିବୃଦ୍ଧି ରହିବ । ମାତ୍ର ଏହା ଯୁକ୍ତରାଷ୍ଟ୍ରଠାରୁ କମ ରହିବ । ଆଇଏମଏଫର କହିବା ଅନୁସାରେ ଇଉରୋପର ୧୯ଟି ଦେଶର ଜିଡିପି ୪.୪ ପ୍ରତିଶତ ରହିବ । ଆଇଏମଏଫର ରିପୋର୍ଟ ଅନୁସାରେ ଇମରୋପର ଆର୍ଥିକ ଅଭିବୃଦ୍ଧି କମ୍ ରହିବ କାରଣ ଏଠାରେ କୋଭିଡର ଦ୍ୱୀତିୟ ଏବଂ ତୃତୀୟ ଲହରରେ ଜାରି ହୋଇଥିବା କଟକଣା ଏହାର ଅର୍ଥନୀତିରେ ବାଧକ ସାଜିଛି ।
ସେପଟେ ଚାଇନା ଅର୍ଥନୀତି ପୁର୍ବଅବସ୍ଥାକୁ ଫେରିଥିବାବେଳେ ଆମେରିବକାର ଅର୍ଥନୀତି ଏହିବର୍ଷ ଅଭିବୃଦ୍ଧି ଘଙ୍କିବା ନେଇ ଅଶାକରାଯାଉଥିବାବେଳେ ଇମରୋପର ଅର୍ଥନୀତି ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହା ପୂର୍ବ ଅବସ୍ଥାକୁ ଫେରିବା ନେଇ ଆଶା କରାଯାଉଥିବା ନେଇ ଆଇଏମଏଫ କହିଛି

Get real time updates directly on you device, subscribe now.