fbpx

ସିଆରପିଏଫ୍ ଯବାନ ମାନେ ମତଦାତାମାନଙ୍କୁ ଅମିତ୍ ଶାହଙ୍କ ଇସାରାରେ ହଇରାଣ କରୁଛନ୍ତି : ମମତା ବାନାର୍ଜୀ

ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନ ରାଜନୈତିକ ମାହୋଲ ଜାରି ରହିଛି । ସେଠାରେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଫଳାଫଳର ଦିନ ଯେତେ ଯେତେ ପାଖକୁ ଆସୁଛି ବିଜେପି ଏବଂ ଟିଏମସି ମଧ୍ୟରେ ମତଭେଦ ସେତେ ସେତେ ବଢ଼ିବାରେ ଲାଗିଛି । ଏହା ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପରେ ଏକ ସାଂଘାତିକ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ, ସିଆରପିଏଫ୍ ଯବାନ ମାନଙ୍କ ଦ୍ୱାରା ମତଦାତାମାନଙ୍କୁ ଅମିତ୍ ଶାହଙ୍କ ଇସାରାରେ ହଇରାଣ କରାଯାଉଛି ।

ମମତା ଆଜି ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ସିଆରପିଏଫ୍ ଯବାନ ମାନେ ମତଦାତାମାନଙ୍କୁ ଅମିତ୍ ଶାହଙ୍କ ଇସାରାରେ ହଇରାଣ କରୁଛନ୍ତି । ଖାଲି ସେତିକି ନୁହେଁ ଏହାପୁର୍ବରୁ ମଧ୍ୟ ସେ କହିଥିଲେ ଯେ, ମୋଦୀ ହେଉଛନ୍ତି ସିଣ୍ଡିକେଟ୍-୧ ଏବଂ ଗୃହମନ୍ତ୍ରୀ ହେଉଛନ୍ତି ସିଣ୍ଡିକେଟ୍-୨ । ସେପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ୧୦ ଏପ୍ରିଲରେ ୪୪ଟି କୁ ନେଇ ଭୋଟିଂ ହେବ ।

Get real time updates directly on you device, subscribe now.