fbpx

ପିପିଲି ଉପନିର୍ବାଚନ : ଆସନ୍ତା ୧୩ ରୁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ଧର୍ମେନ୍ଦ୍ର ପ୍ରଧାନ । ଉପନିର୍ବାଚନ ପାଇଁ ବିଜେପିରୁ ଆଉ କିଛି କେନ୍ଦ୍ରୀୟ ନେତା ପ୍ରଚାର ଲାଗି ଯୋଗଦେବେ । ଅନ୍ୟପଟେ ପିପିଲି-ଡ଼େଲାଙ୍ଗ ଜୋନାଲ ରାଲି ଆସନ୍ତା କାଲିଠାରୁ ଆରମ୍ଭ କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

Get real time updates directly on you device, subscribe now.