fbpx

ହସ୍ତତନ୍ତ ମେଳା-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ ।୧(ଓଡିଶା ଭାସ୍କର): ଆଜି ସାଧାରଣତନ୍ତ୍ର ଦିିବସ ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଆଯୋଜିତ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏହି ଜାତୀୟ ସ୍ତରୀୟ ମେଳାରେ ୧୦୦ଟି ଷ୍ଟଲ ପଡିଥିବା ବେଳେ ସେଥିରୁ ଓଡିଶାର ୨୫ଟି ଅନ୍ୟ ରାଜ୍ୟର ୭୫ଟି ଷ୍ଟଲ ରହିଛି । କାର୍ଯ୍ୟକ୍ରମରେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିମୀ ଦିଆନ୍, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।

ତେବେ ବିଗତ ଦିବସରେ ସର୍ବାଦିକ ବ୍ୟବସାୟ କରିଥିବା ୩ଟି ତନ୍ତୁବାୟ ସମିତି ପୁରସ୍କାର ଦେବା ସହ ୭୫ ବର୍ଷ ପୂରଣ କରିଥିବା ୩ଟି ଐତିହ୍ୟ ସମବାୟ ସମିତିକୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.