fbpx

୨୯ ଓ ୩୦ରେ ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ଉତ୍ତରା ପବନ ପାଇଁ ରାଜ୍ୟରେ ସାମାନ୍ୟ ଶୀତ ବୃଦ୍ଧି ପାଇଛି । ଏହାସହ ଆସନ୍ତା ୨୯ ଓ ୩୦ ତାରିଖରେ ପାଗ କୋହଲା ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ । ଏହାସହ ୩୦ରେ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପାଗ ଶୁଖିଲା ଏବଂ ୩୦ ତାରିଖ ପରେ ରାଜ୍ୟରେ କୁହୁଡ଼ି ବଢ଼ିବ । କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୁରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Get real time updates directly on you device, subscribe now.