fbpx

ପ୍ରଭାସଙ୍କ “ବାହୁବଳୀ’ର ରେକର୍ଡ ଭାଙ୍ଗିଲା ଅଲ୍ଲୁ ଅର୍ଜୁନଙ୍କ “ପୁଷ୍ପ ରାଜ୍’, ଦୁଇଦିନରେ ୩୫ ମିଲିୟନ୍ ଭିୟୁ

ହାଇଦ୍ରାବାଦ୍, ୧୦ା୪ (ଓଡିଶା ଭାସ୍କର) : ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଅର୍ଥାତ୍ ଏପ୍ରିଲ୍ ୭ରେ ରିଲିଜ୍ ହୋଇଛି ତାଙ୍କ ଅପକମିଙ୍ଗ ଫିଲ୍ମ “ପୁଷ୍ପ’ର ଟିଜର୍ । ଫାଷ୍ଟ ଲୁକ୍ ରିଲିଜ୍ ହେବାର ଖୁବ୍ କମ୍ ସମୟ ମଧ୍ୟରେ ଏହା ସବୁ ରେକର୍ଡ ଭାଙ୍ଗିଛି । ଟିଜର୍ ଟିକୁ ଦୁଇ ଦିନ ମଧ୍ୟରେ ୩୫ ମିଲିୟନ୍ ଭିୟୁ୍ ଏବଂ ୧୦ ଲକ୍ଷ ଲୋକ ଲାଇକ୍ ମିଳିଛି । ଯାହା ହିଟ୍ ଫିଲ୍ମ ତଥା ମେଗା ବେଜଟ୍ ଫିଲ୍ମ ବାହୁବଳୀ, ଆରଆରଆର୍ ଏବଂ ରାଧେ ଶ୍ୟାମ୍ ର ରେକର୍ଡ କୁ କାଟିଛି । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ “ପୁଷ୍ପ ରାଜ୍’ ସବୁଠାରୁ ଭିୟୁ ସହିତ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ଏହା ୟୁ-ଟ୍ୟୁବ୍ ରେ ଟ୍ରେଣ୍ଡିଂରେ ରହିଛି । ଅଲ୍ଲୁ ଅର୍ଜୁନ ଙ୍କ ଜନ୍ମଦିନରେ ତାଙ୍କ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଏହାକୁ ସେଲିବ୍ରେଟ୍ କରିଛନ୍ତି ।


ତେବେ “ପୁଷ୍ପ ରାଜ୍’ ଟିଜର୍ ରେ ଦେଖିବାକୁ ମିଳିଛି, ପୁଷ୍ପା ହେଉଛନ୍ତି ଜଣେ ଏମିତି ବ୍ୟକ୍ତି ଯିଏ ନିରନ୍ତର ଏବଂ ସେ ସବୁ ଅସୁବିଧାକୁ ମାତ୍ ଦେଇ ଆଗକୁ ବଢ଼ୁଛନ୍ତି । ଟିଜର୍ ରେ ଯେଉଁ ଲୋକେସନ୍ ଦେଖିବାକୁ ମିଳିଛି ତାହା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ସୁଟ୍ ହୋଇଛି । ଖୁବ୍ ରହସ୍ୟମୟ ଭାବେ ଅଲ୍ଲୁ ଅର୍ଜୁନ୍ ଙ୍କୁ ଦେଖିବାକୁ ମିଳିଛି ଏହି ଟିଜର୍ ରେ । ସୋସିଆଲ ମିଡିଆରେ ଏହା #Thaggedhele (ଏହା ହେଉଛି ଫିଲ୍ମର ଗୋଟିଏ ଡାଇଲଗ୍, ଏହାର ଅର୍ଥ “ଆମେ ପଛକୁ ଫେରିବା ନାହିଁ’) ଟ୍ରେଣ୍ଡ କରୁଛି । ଏହାର ମ୍ୟୁଜିକ୍ ଦେଇଛନ୍ତି ଦେବୀ ଶ୍ରୀ ପ୍ରସାଦ ।


ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ଅଲ୍ଲୁ ଅର୍ଜୁନ୍ ଏବଂ ରଶ୍ମିକା ମନ୍ଦନା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର୍ ଏବଂ ସାଉଣ୍ଡ ଦେଇଛନ୍ତି ଓସ୍କାର ବିଜେତା ରେସୁଲ ପୁକୁଟି । ଏହା ଅଗଷ୍ଟ ୧୩ ରେ ରିଲିଜ୍ ହେବାକୁ ଯାଉଛି ।

 

Get real time updates directly on you device, subscribe now.