fbpx

ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ରହିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଜି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି ଗଣମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏହି ସମୟରେ କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସବୁ କାର୍ଯ୍ୟ ବନ୍ଦ ରହିବ । ଅନ୍ୟପକ୍ଷରେ ବିବାହ କାର୍ଯ୍ୟ ପାଇଁ ପାସ୍ ଦରକାର ପଡିବ ଏବଂ ମଲ୍, ସ୍ପା, ଜିମ୍ ଆଦି ଏହି ସମୟରେ ବନ୍ଦ ରହିବ । ଏଥିସହିତ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସିନେମା ଚଲାଇବାକୁ ମିଳିଛି ଅନୁମତି । ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ନାହିଁ କେବଳ ହୋମ୍ ଡେଲିଭରି କରିପାରିବେ ବୋଲି କୁହାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ରାଜ୍ୟରେ କରୋନା ଚେନ୍ ବ୍ରେକ୍ କରିବା ପାଇଁ କର୍ଫ୍ୟ ଲଗାଯାଇଛି । ତେଣୁ ସମସ୍ତ କରୋନା ଗାଇଡଲାଇନ୍ କୁ ମାନିବା ନିହାତି ଆବଶ୍ୟକ । କାରଣ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ନୁଆ ନୁଆ ରେକର୍ଡ କରୁଛି ।

ସୁଚନା ଅନୁସାରେ , ଉପରାଜ୍ୟପାଳଙ୍କ ସହ ବସିଥିବା ବୈଠକରେ ସପ୍ତାହାନ୍ତ କର୍ଫ୍ୟ କରିବା ନେଇ ନିଷ୍ପତି ନିଆଯାଇଛି । ତେବେ ଆଜି ରାଜ୍ୟରେ ୧୭ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.