fbpx

କାର୍ତ୍ତିକ ଆରିୟନଙ୍କୁ ବ୍ଲାକଲିଷ୍ଟ କଲା ଧର୍ମା ପ୍ରଡକ୍ସନ୍

ମୁମ୍ବାଇ, ୧୬ା୪ (ଓଡିଶା ଭାସ୍କର) : ‘ଦୋସ୍ତାନା-୨’ରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ ହଟାଇଲା ଧର୍ମା ପ୍ରଡକ୍ସନ୍ । ଖାଲି ସେତିକି ନୁହେଁ କାର୍ତ୍ତିକଙ୍କୁ ବ୍ଲାକଲିଷ୍ଟ ମଧ୍ୟ କରିଦିଆଯାଇଛି । ମିଡିଆ ରିପୋର୍ଟ ଅନୁସାରେ, କାର୍ତ୍ତିକ ଆରିୟନଙ୍କ ଉପରେ ‘ଅନପ୍ରୋଫେସନ୍ ବ୍ୟବହାର’ର ଆରୋପ ଲଗାଯାଇଛି । ଯାହା ପରେ ପ୍ରଡକ୍ସନ୍ କମ୍ପାନୀ ଫିଲ୍ମରୁ ବାହାର କରିବା ସହ ପ୍ରଡକ୍ସନ୍ ହାଉସ୍ ରୁ ବ୍ଲାକଲିଷ୍ଟ କରିଦେଇଛନ୍ତି । ଏହାର ଅର୍ଥ ସେ ଆଗକୁ ଆଉ ଏହି କମ୍ପାନୀରେ କାମ କରିପାରିବେ ନାହିଁ । କାର୍ତ୍ତିକଙ୍କୁ କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସର ୨୦୦୮ର ହିଟ୍ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲର ମୁଖ୍ୟ ଭୁମିକା ଦିଆଯାଇଥିଲା । ହେଲେ ଏବେ ତାଙ୍କୁ ରିପ୍ଲେସ୍ କରାଯାଇଛି ।


କାର୍ତ୍ତିକ ପୁର୍ବରୁ ହିଁ ଦୋସ୍ତାନା-୨ ର ୨୦ ଦିନର ସୁଟିଂ ଶେଷ କରିସାରିଥିଲେ ସୁଦ୍ଧା ତାଙ୍କୁ ଫିଲ୍ମରୁ ହଟାଇଦିଆଯାଇଛି । ତାଙ୍କୁ ଅନପ୍ରୋଫସନାଲ୍ କହି ପ୍ରଡକ୍ସନ୍ ହାଉସରୁ ବାହାର କରିଦିଆଯାଇଛି । ପୁର୍ବରୁ ୨୦୧୯ରେ କାର୍ତ୍ତିକ ଇନଷ୍ଟାଗ୍ରାମରେ ଦୋସ୍ତାନା-୨ର ସୁଟିଂ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଆଉ ସେ ଏହି ଫିଲ୍ମ ପାଇଁ ବହୁତ ଖୁସି ମଧ୍ୟ ଥିଲେ । ହେଲେ ସେ ଅନ୍ୟ ପ୍ରୋଜେକ୍ଟ ଗୁଡିକରେ ବ୍ୟସ୍ତ ଥିବାରୁ ସୁଟିଂ ତାରିଖରେ ସମସ୍ୟା ଦେଖାଯାଉଥିଲା । ଆଉ ଏହି ସବୁ କାରଣ ପାଇଇ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଛି ।


ତେବେ ତାଙ୍କ ପ୍ରୋଫସନାଲ୍ କ୍ୟାରିୟର୍ ବିଷୟରେ ଯଦି କହିବା ତେବେ କାର୍ତ୍ତିକ “ପ୍ୟାର୍ କା ପଞ୍ଚନାମା”ରୁ ବଲିଉଡ୍ ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଏହାପରେ ପ୍ୟାର କା ପଞ୍ଚନାମା-୨, ସୋନୁ କି ଟିଟୁ କି ସ୍ୱିଟି, ଲୁକା ଛୁପି, ପତି ପତ୍ନୀ ୱ ଆଦି ଫିଲ୍ମ କରିଛନ୍ତି କାର୍ତ୍ତିକ । ଆଗକୁ ତାଙ୍କ ଫିଲ୍ମ “ଧମାକା’ ଆସୁଛି । ଏହା ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧୱାନୀ ।

Get real time updates directly on you device, subscribe now.