fbpx

ବଡ ପରଦାରେ ନଜର ଆସିବେ ‘ଅଙ୍ଗୁରୀ ଭାବି’ !

ମୁମ୍ବାଇ ୧୬ ।୪ (ଓଡିଶା ଭାସ୍କର) : ବଡ ପରଦାରେ ନଜର ଆସିବେ ‘ବିଗ୍ ବସ୍ -୧୧’ ର ବିଜେତା ତଥା ‘ଭାବି ଜୀ ଘର୍ ପେ ହୈ’ କମେଡି ସିରିୟଲରେ ‘ଅଙ୍ଗୁରୀ ଭାବି’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶିଳ୍ପା ଶିନ୍ଦେ । ଅନେକ ଦିନ ହେବ ଶିଳ୍ପା ଛୋଟ ପରଦାରୁ ଦୂରେଇ ଯାଇଛନ୍ତି । ଏବେ ମିଳିଥିବା ଖବର ଅନୁସାରେ ବଲିଉଡରେ ଡେବ୍ୟୁ କରିବେ ଶିଳ୍ପା ।

ଏକ ଫ୍ୟାମିଲି ଡ୍ରାମା ସିନେମା ‘ବୁନ୍ଦି ରାଇତା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଏହି ସିନେମାରେ ଭୋଜପୁରୀ ସୁପରଷ୍ଟାର ରବି କିଶନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଶିଳ୍ପା । ଏଥିରେ ଅଭିନେତା ହିମାଂଶୁ କୋହଲିଙ୍କ ବଡ ଭଉଣୀ ଚରିତ୍ରରେ ସେ ଅଭିନୟ କରିବେ । ଏହି ଫିଲ୍ମରେ ଶିଳ୍ପାଙ୍କ ସହ ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ଦର୍ଶନା ବାନିକଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

କମଲ ଚନ୍ଦ୍ରାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି ହେବ । କିଛିଦିନ ଆଗରୁ ଶିଳ୍ପାଙ୍କୁ ଏକ କମେଡି ଶୋ’ ‘ଗ୍ୟାଙ୍ଗସ୍ ଅଫ୍ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା । ହେଲେ ସେ ଏଥିରେ କିଛିଟା ଏପିସୋଡ୍ କାମ କରିବା ପରେ ଏହାକୁ ଛାଡି ଦେଇଥିଲେ ।

Get real time updates directly on you device, subscribe now.