fbpx

ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଉ : ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ

ନୂଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର): ଦେଶରେ ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ କେନ୍ଦ୍ର ସରକାର ସାରା ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ସିବଲ । ରବିବାର କେନ୍ଦ୍ରରେ ଏନେଇ ଦାବି କରିଛନ୍ତି କପିଲ ସିବଲ । ଏହାସହ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ନିର୍ବାଚନ ରାଲି ଆଦିକୁ ମଧ୍ୟ ବନ୍ଦ ନେଇ ଘୋଷଣା କରିବାକୁ ନିର୍ବାଚନ ଆୟୋଗଙ୍କୁ କପିଲ ସିବଲ ଅନୁରୋଧ କରିଛନ୍ତି । ଏନେଇ ଆଜି ଟୁଇଟ୍ କରି କହିଛନ୍ତି ।

ସେ ଟ୍ବିଟ କରି କହିଛନ୍ତି ଯେ, ” କୋଭିଡ ସଂକ୍ରମଣ ଦ୍ରୃତଗତିରେ ବଢୁଛି। ଯାହାକୁ ନେଇ ମୋଦିଜୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ । ନିର୍ବାଚନ ଆୟୋଗ: ନିର୍ବାଚନ ସମାବେଶରେ ରାଲି ବନ୍ଦ ନେଇ ଘୋଷଣା କରନ୍ତୁ … ଏବଂ କୋର୍ଟ: ଲୋକଙ୍କ ଜୀବନ ରକ୍ଷା କରନ୍ତୁ”। ଗତକାଲି ମଧ୍ୟ କୋଭିଡ୍ ସ୍ଥିତିକୁ ଲକ୍ଷ୍ୟ କରି କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ଏକ ବିବୃତ୍ତିରେ କହିଥିଲେ ଯେ, କେନ୍ଦ୍ର ସରକାର ବିନା କୌଣସି ଚାପରେ ଦେଶକୁ ସବୁଠୁ ବଡ ବିପର୍ୟ୍ୟୟକୁ ଠେଲି ଦେଉଛନ୍ତି ।

Get real time updates directly on you device, subscribe now.