fbpx

କରୋନାକୁ ରୋକିପାରିବନି କପଡା ମାସ୍କ, ପିନ୍ଧନ୍ତୁ ଏନ୍୯୫ ମାସ୍କ: ବିଶେଷଜ୍ଞ

ନୁଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର) : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଥେଷ୍ଟ ସଚେତନ ରହିବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା କଥା ଯେ, ବର୍ତ୍ତମାନ ଯେଉଁ କରୋନାର ନୁଆ ଷ୍ଟ୍ରେନ୍ ବ୍ୟାପୁଛି, ତାହା ପବନରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା ପାଇଁ ସକ୍ଷମ । “ଦ ଲେସେଣ୍ଟ” ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି କଥା ସାମନାକୁ ଆସିଛି । ସେଥିରେ ଉଲ୍ଲେଖ ରହିଛି ଯେ, କଥା ହେବା ବେଳେ ମୁହଁରୁ ଯେଉଁ ଡ୍ରପଲେଟ୍ ବାହାରକୁ ଆସୁଛି ତାହା ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରେ । ଏହା ପ୍ରମାଣିତ ମଧ୍ୟ ହୋଇସାରିଛି । ତେଣୁ ଲେସେଣ୍ଟରେ ପ୍ରକାଶିତ ଅଧ୍ୟୟନ ଉପରେ ଜଣେ ଡାକ୍ତର ନିଜ ମତ ରଖିଛନ୍ତି ।


ସେ କହିଛନ୍ତି ଯେ, ପବନରେ ସଂକ୍ରମିତ ହେବାର ମାନେ ଏହା ନୁହେଁ ଯେ, ପବନ ବି ସଂକ୍ରମିତ । ଏହାର ଅର୍ଥ ହେଉଛି ଭାଇରସ୍ ପବନରେ କିଛି ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ହୋଇ ରହିଥାଏ । ଆଉ ଏହା ଘର ଭିତରକୁ ମଧ୍ୟ ଯାଇପାରେ । ତେଣୁ ସାମାଜିକ ଦୁରତା ରଖିବା ସହ ସଠିକ୍ ମାସ୍କ ପିନ୍ଧିବା ନିହାତି ଜରୁରୀ । ତେବେ ମାସ୍କକୁ ନେଇ ଅନେକ ବୈଜ୍ଞନିକ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରସିଦ୍ଧ ଡ. ଫହୀମ ଏହା ଉପରେ କହିଛନ୍ତି ଯେ, କରୋନାଠାରୁ ରକ୍ଷା ପାଇାବାକୁ ହେଲେ କପଡା ମାସ୍କ ପିନ୍ଧିବା ବନ୍ଦ କରି ଏନ୯୫ ମାସ୍କ ପରିଧାନ କରନ୍ତୁ । ସେ ଏନେଇ ଟୁଇଟ୍ କରି କହିଛନ୍ତି ଯେ, ଦୁଇଟି ଏନ୯୫ ବା କେଏନ୍୯୫ ମାସ୍କ ଦୁଇଟି କିଣନ୍ତୁ । ସେଥିରୁ ଗୋଟିଏ ମାସ୍କକୁ ବ୍ୟବହାର କରନ୍ତୁ ଏବଂ ବ୍ୟବହାର କରିବା ପରେ ତାକୁ ପେପର୍ ବ୍ୟାଗ୍ ରେ ରଖିଦିଅନ୍ତୁ । ଆଉ ଆର ମାସ୍କଟିକୁ ବ୍ୟବହାର କରନ୍ତୁ । ପ୍ରତି ୨୪ ଘଣ୍ଟା ରେ ମାସ୍କ ଅଦଳବଦଳ କରି ପିନ୍ଧନ୍ତୁ ।

 ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, କିଛି ଲୋକ ଘରେ ରହିକି ମଧ୍ୟ କରୋନାକୁ ସଂକ୍ରମଣ କୁ ରୋକିପାରିବେ ଏବଂ ସୁସ୍ଥ ବି ହୋଇପାରିବେ । ଏଥିପାଇଁ ପ୍ରତିଦିନ ଶରୀରର ତାପମାତ୍ରା ମାପନ୍ତୁ, ନିଶ୍ୱାସ ପ୍ରଶ୍ୱାସର ହାର, ପଲ୍ସ ରେଟ୍, ବ୍ଲଡପ୍ରେସର୍ ଆଦି ଯାଞ୍ଚ କରନ୍ତୁ । ଯଦି ଆପଣଙ୍କ ଅକ୍ସିଜେନ୍ ଲେବଲ୍ ୯୦ ପ୍ରତିଶତରୁ କମ୍ ରହିଛି ତେବେ ତୁରନ୍ତୁ ଯାଇ ଡାକ୍ତରଙ୍କୁ ଦେଖାନ୍ତୁ । ବୃଦ୍ଧ ଲୋକଙ୍କୁ ଅଧିକ ସଚେତନ ରହିବାକୁ ପଡିବ । କାରଣ ସେମାନଙ୍କୁ କରୋନା ଖୁବ୍ ଶୀଘ୍ର ସଂକ୍ରମିତ କରିପାରେ ।

Get real time updates directly on you device, subscribe now.