fbpx

ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା, ୨୯ା୧: ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ଉଡ଼ିବ । ମାର୍ଚ୍ଚ ୨୮ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡ଼ାରୁ ମୁମ୍ବାଇ ଯାଏଁ ସ୍ପାଇସ ଜେଟ ବମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୭ତାରିଖ ଦିନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଏନ୍ସ ଏୟାର କୋଲକାତାକୁ ଉଡ଼ିଥିଲା । ଯାହା
କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି ଝାରସୁଗୁଡ଼ାରେ ୧.୧୫ରେ ପହଞ୍ଚିବ । ଝାରସୁଗୁଡ଼ାରୁ ୧.୪୫ରେ ଛାଡ଼ି ଦିନ ୩.୧୫ରେ କୋଲକାତାରେ ପହଞ୍ଚିବ । ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ ଏନେଇ ସୂଚନା ଦେଇଥିଲେ।

Get real time updates directly on you device, subscribe now.