fbpx

କରୋନା ପାଇଁ ସ୍ଥଗିତ ହେଲା LL ଓ DL ଟେଷ୍ଟ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): କରୋନାକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଏଲଏଲ ଓ ଡିଏଲ ଟେଷ୍ଟ । ଆସନ୍ତା ୨୨ ତାରିଖରୁ ସମସ୍ତ ଲର୍ଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଂ ଟେଷ୍ଟକୁ ବନ୍ଦ ରଖାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ପରିବହନ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି । ଫେସବୁକ୍ ଓ ଟ୍ୱିଟରରେ ଏ ବିଷୟରେ ସବିଶେଷ ସୂଚନା ଦେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ବୃଦ୍ଧି କରାଯାଇଥିଲା । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ପାଇଁ ମାର୍ଚ୍ଚ ୧୮ ତାରିଖରେ ସରୁଥିବା ତାରିଖକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ କମିଶନର ଏହି ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.