fbpx

ବଢୁଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୮୧ ପଜିଟିଭ ଚିହ୍ନଟ,୨୦୪ ସୁସ୍ଥ

ଭୁବନେଶ୍ୱର,୨୦।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୨୦୪ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୭୨୮ ରେ ପହଞ୍ଚିଥିବା ବେଳେ ୩୩ ହଜାର ୨୦୮ ଜଣ ସୁସ୍ଥ ହୋଇଛନ୍ତି। ୩ ହଜାର ୨୪୯ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ପଟିଆ ଅଞ୍ଚଳରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖଣ୍ଡଗିରିରୁ ୨୯ ଜଣ, ଟଙ୍କପାଣି ରୋଡରୁ ୨୬ ଜଣ, ନୟାପଲ୍ଲୀରୁ ୨୪ ଜଣ, ଚନ୍ଦ୍ରଶେଖରପୁରରୁ ୨୨ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରୁ ୧୯ ଜଣ, ସୈନିକ ସ୍କୁଲରୁ ୧୫ ଜଣ ଓ ମଞ୍ଚେଶ୍ୱରରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.