fbpx

ଆଜିଠୁ ରାଜଧାନୀରେ ଲାଗିଲା ଲକଡାଉନ୍ ‌

ନୂଆଦିଲ୍ଲୀ,୨୦ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି, ଯେଉଁଥିରୁ ବାଦ୍ ପଡିନି ରାଜଧାନୀ ଦିଲ୍ଲୀ । ବଡୁଥିବା ସଂକ୍ରମଣ କାରଣରୁ ଦିଲ୍ଲୀରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଛି । କରୋନା ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ପ୍ରତିବନ୍ଧକଗୁଡିକ ସୋମବାର ରାତି ୧୦:୦୦ ରୁ ଆସନ୍ତା ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ । ଏହି ସମୟରେ ଅତ୍ୟାବଶ୍ୟକ ସେବା ସହିତ ଜଡିତ ଲୋକଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯିବ । ଏଥିସହିତ ବିବାହ ପାଇଁ ଇ-ପାସ୍ ଜାରି ହେବ । ଏହି ନିଷ୍ପତ୍ତି ସୋମବାର ସକାଳେ ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୈଠକରେ ନିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସମୟରେ କ’ଣ ବନ୍ଦ ହେବ ଓ କିଏ ଛାଡ ପାଇବେ….

ତେବେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅଧିକାରୀ, ସ୍ୱାସ୍ଥ୍ୟ, ପୋଲିସ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା, ଅଗ୍ନିଶମ ସେବା, ଜଳ, ପରିମଳ, ପବ୍ଲିକ୍ ଟ୍ରାନ୍ସପୋର୍ଟ, କରୋନା ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ ଲୋକଙ୍କ ଏକଡାଉନ ସମୟରେ ଅନୁମତି ଦିଆଯିବ ।

ଏହା ସହ କୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ ବିଚାରପତି, ଆଇନଜୀବୀ, ଲୋକଙ୍କୁ ଛାଡ ମିଳିବ । ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, କର୍ମଚାରୀ, ଲ୍ୟାବ, ମେଡିକାଲ ଅମ୍ଳଜାନ ଯୋଗାଣକାରୀ ଏବଂ ଅନ୍ୟମାନଙ୍କୁ ଅନୁତି ଦିଆଯିବ । ଯେଉଁମାନେ କରୋନା ପାଇଁ ପରୀକ୍ଷା କରାଯାଇଛି, ଯେଉଁମାନେ ଟୀକାକରଣ କରିଛନ୍ତି, ସେମାନଙ୍କୁ ମଧ୍ୟ ଛାଡ କରାଯାଇଛି । ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟେସନକୁ ଆସୁଥିବା / ଯାଉଥିବା ଲୋକଙ୍କ ପାଇଁ ଛାଡ ।

ଏହା ସହ ମିଡିଆ ବ୍ୟକ୍ତିବିଶେଷଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଯାନବାହନରେ କୌଣସି ବାଧା ନାହିଁ ।

ସେହିପରି ଲକଡାଉନରେ ପନିପରିବା, ଫଳ, ଖାଦ୍ୟ ସାମଗ୍ରୀ, ଦୁଗ୍ଧ, ମାଂସ, ଔଷଧ, ନ୍ୟୁଜ୍ ପେପର, ଇଣ୍ଟରନେଟ୍ ସେବା, କେବୁଲ୍ ସେବା, ଆଇଟି ସେବା ସହିତ ଜଡିତ ଲୋକଙ୍କୁ ଅନୁମତି ଦିଆଯିବ ।

ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ । ପେଟ୍ରୋଲ ପମ୍ପ, ଏଲପିଜି, ସିଏନଜି ଷ୍ଟେସନ ମଧ୍ୟ ଖୋଲା ରହିବ । ଜଳ, ବିଦ୍ୟୁତ୍ ଯୋଗାଣ ଚାଲିବ । ଖାଦ୍ୟ ଡେଲିଭରୀ ଜାରି ରହିବ, କିନ୍ତୁ ରେଷ୍ଟୁରାଣ୍ଟରେ ଖାଇବା ନିଷେଧ । ଦିଲ୍ଲୀ ମେଟ୍ରୋ କାର୍ଯ୍ୟକ୍ଷମ ହେବ, କେବଳ ୫୦ ପ୍ରତିଶତ ଯାତ୍ରୀ ଯାତ୍ରା କରିପାରିବେ । ମଲ୍‌, ସିନେମା ହଲ୍‌, ପାର୍କ, ସେଲୁନ୍‌, ବିୟୁଟି ପାର୍ଲର, ରେଷ୍ଟୁରାଣ୍ଟ, ବାର ସବୁ ବନ୍ଦ ରହିବ ।

Get real time updates directly on you device, subscribe now.