fbpx

ଅକ୍ସିଜେନ୍ ଟାଙ୍କି ଲିକ୍ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ ରାଶି ଘୋଷଣା

ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ନାସିକ୍ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ୍ ଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ କ୍ଷତି କେହି ପୁରା କରିପାରିବେ ନାହିଁ । ଏହାସହ ମୃତ ପରିବାର ଲୋକଙ୍କୁ ପ୍ରତି ତାଙ୍କର ସମ୍ବେଦନା ପ୍ରକଟ କରିଛନ୍ତି ।

ସେହିପରି ଗୃହ ମନ୍ତ୍ରୀ ଅମିତ ଶାହ ଏହି ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୃତକଙ୍କ ଲାଗି ଦୁୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମ୍ବେଦନା ଜଣାଇଛନ୍ତି । ଏହି ଘଟଣାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ ରାଶ ଦିଆଯିବ ବୋଲିି ଘୋଷଣା କରିଛନ୍ତି । ଏହାବ୍ୟତିତ ଅକ୍ସିଜେନ୍ ଲିକ୍ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ ମହାରାଷ୍ଟ୍ରର ନାସିକ୍ ସହରର ଜାକୀର ହୁସେନ୍ ହସ୍ପିଟାଲରେ ଏକ ଅକ୍ସିଜେନ୍ ଟାଙ୍କି ଲିକ୍ ହୋଇଯାଇଛି । ଏଥିରେ ୨୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ କହିବା ଅନୁସାରେ ଟାଙ୍କି ଲିକ୍ ହୋଇଯିବାରୁ ଅତି କମରେ ୩୦ ମିନିଟ୍ ପାଇଁ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହୋଇ ଯାଇଥିଲା । ଯେଉଁଥିପାଇଁ ଭେଣ୍ଟିଲେଟରରେ ଥିବା ୨୩ ଜଣଙ୍କ ମଧ୍ୟରୁ ୨୨ ଜଣ ରୋଗୀଙ୍କର ମୃତ୍ୟୁୁ ହୋଇଯାଇଛି । ଏହି ଘଟଣା ଯେତେବେଳେ ହେଲା ସେହି ସମୟରେ ୧୭୧ ଜଣ ରୋଗୀ ହସ୍ପିଟାଲ ଭିତରେ ଥିଲେ । ଅକ୍ସିଜେନ୍ ଲିିକ୍ ହେହବା ପରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ତାନ୍ତରଣ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି କି ଏବେ ଅକ୍ସିଜେନ ଲିକ୍ ଉପରେ କାବୁ କରାଯାଇଛି ।

Get real time updates directly on you device, subscribe now.