fbpx

ରାଜ୍ୟରେ ଆଜିଠୁ ଲାଗିବ ଲକ୍‌-ଡାଉନ୍‌: ରାତି ୮ଟାରୁ ମେ ୧ପର୍ଯ୍ୟନ୍ତ ରହିବ କଟକଣା

ମୁମ୍ବାଇ,୨୨ ।୪: ଦେଶରେ ଅଧିକ କରୋନା ସଂକ୍ରମିତ ରାଜ୍ୟରେ ସାମିଲ ହୋଇଥିବା ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏନେଇ ମାୟାନଗରରେ କଟକଣା ଲାଗୁ କରିଛନ୍ତି ଉଦ୍ଧବ ସରକାର । ମହାରାଷ୍ଟ୍ରରେ ଆଜି ରାତି ୮ ଟା ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବ ।

ତେବେ ମହାରାଷ୍ଟ୍ରରେ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ମୁତାବକ, ସମସ୍ତ ସରକାରୀ ଅଫିସ୍ ମାତ୍ର ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଯାହାକି ପୂର୍ବରୁ ୫୦ ପ୍ରତିଶତ ଥିଲା । କିନ୍ତୁ କୋଭିଡ ପାଇଁ ଗଠନ ହୋଇଥିବା ସଂସ୍ଥା ଏଥିରୁ ବାଦ୍ ପଡିବ ।

ଏହା ସହ ବାହାଘର ସମାରୋହକୁ କେବଳ ୨ ଘଣ୍ଟାର ଅନୁମତି ଦିଆଯାଇଛି । ବାହାଘରରେ ମାତ୍ର ୨୫ ଜଣ ଲୋକ ସାମିଲ ହୋଇପାରିବେ । ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

ମହାରାଷ୍ଟ୍ରର ମୁମ୍ବାଇରେ ଗତକାଲି ୭,୬୮୪ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ ୬୨ ଲୋକଙ୍କର ମୃତ୍ୟୁ ହୋଇଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କଟକଣାକୁ କଡାକଡି କରାଯାଇଛି ।

Get real time updates directly on you device, subscribe now.