fbpx

ଫ୍ୟାଟରୁ ଫିଟ୍ ହୋଇ ବଲିଉଡରେ ରାଜ୍ କରୁଛନ୍ତି ଏହି ସେଲେବ୍ ମାନେ, ଦେଖନ୍ତୁ ଫଟୋ

ମୁମ୍ବାଇ,୨୪ା୪ : ମୋଟା ହେବା ସାଧାରଣତଃ କାହାକୁ ବି ପସନ୍ଦ ନୁହେଁ । ତେଣୁ ଅଧିକାଂଶ ଯୁବପିଢ଼ି ସ୍ଲିମ୍ ରହିବାକୁ ପସନ୍ଦ କରନ୍ତି । ଆଉ ନିଜ ମନ ପସନ୍ଦର ଖାଇବା ଛାଡି ପତଳା ହେବାରେ ଲାଗିପଡନ୍ତି । ତେବେ ଏଥିରୁ ଆମ ବଲିଉଡ୍ ସିତାରା ମାନେ କେମିତି ବାଦ୍ ପଡିଯିବେ । ସେମାନେ ମଧ୍ୟ କେବେ ଫ୍ୟାଟ୍ ଥିଲେ ଆଉ ଏବେ ସେମାନେ ନିଜକୁ ଫିଟ୍ ଆଣ୍ଡ ଫାଇନ୍ କରି ବଲିଉଡ୍ ରେ ନିଜର ଜଲୱା ଦେଖାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ବଲିଉଡ୍ ହସିନା ଙ୍କ ବିଷୟରେ ।


୧. ସୋନାକ୍ଷୀ ସିନ୍ହା
ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା ଙ୍କୁ କିଏ ବା ନଜାଣେ । ଭାଇଜାନ୍ ଠାରୁ ଆରମ୍ଭ କରି ଖିଲାଡି ଅକ୍ଷୟ କୁମାରଙ୍କ ଭଳି ଷ୍ଟାର ମାନଙ୍କ ସହ କାମ କରି ସେ ନିଜ ଅଭିନୟ ଜାଦୁ ଦେଖାଇସାରିଛନ୍ତି । ତେବେ ଆପଣ ଜାଣିଛନ୍ତି କି ସୋନାକ୍ଷୀ ବଲିଉଡ୍ କୁ ଏଣ୍ଟ୍ରି କରିବା ପୁର୍ବରୁ ବହୁତ ମୋଟା ଥିଲେ । ଆଉ ତାଙ୍କ ଓଜନ ଥିଲା ୯୦ କିଲୋ । ହେଲେ ସଲମାନଙ୍କ ସହ ଦବଙ୍ଗ ଫିଲ୍ମର ଫାର୍ଷ୍ଟ ପାର୍ଟ କରିବା ବେଳେ ସେ ୩୦ କେଜି କମାଇସାରିଥିଲେ । ଏବେ ତାଙ୍କ ଫିଗର୍ ଟ୍ରାନ୍ସଫରମେସନ୍ କୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।


୨. ଆଲିୟା ଭଟ୍ଟ
ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ଆଗଧାଡିର ଅଭିନେତ୍ରୀ ମାନଙ୍କ ଭିତରେ ନିଜକୁ ସାମିଲ କରିଛନ୍ତି । ଆଉ ତାଙ୍କ ଅଭିନୟକୁ ଯେକେହି ବି ପ୍ରଶଂସା ନ କରି ରହିପାରୁନାହନ୍ତି । ହେଲେ ସେ ଆଲିୟା ବଲିଉଡକୁ ଆସିବା ପୁର୍ବରୁ ପ୍ଲସ୍ ସାଇଜ୍ ର ଥିଲେ । ହେଲେ ଏବେ ଏକଦମ୍ ସ୍ଲିମ୍ ଟ୍ରିିମ୍ ହୋଇ ଫ୍ୟାନ୍ସ ଙ୍କ ହୋସ୍ ଉଡାଉଛନ୍ତି । ସେ ବାପା ମହେଶ ଭଟ୍ଟ ସୁପରଭିଜନ୍ ରେ ଡାଏଟ୍ କରି ତନୁପାତଳୀ ହୋଇଯାଇଛନ୍ତି ।


୩. ସୋନମ୍ କପୁର
ବଲିଉଡର ଷ୍ଟାଇଲିସ୍ ଆଇକନ୍ ସୋନମ୍ କପୁର ନିଜ ସ୍କିଲ୍, ଷ୍ଟାଇଲ୍, ଗ୍ଲାମରସ୍ ଅନ୍ଦାଜ୍ ପାଇଁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ତେବେ ସେ ମଧ୍ୟ ବଲିଉଡ୍ ରେ ଫାର୍ଷ୍ଟ ଫିଲ୍ମରେ ସାଇନ୍ କରିବା ପୁର୍ବରୁ ୮୬ କିଲୋର ଥିଲେ । ହେଲେ ୩୦ କିଲୋ ଓଜନ କମାଇବା ପରେ ସେ ବଲିଉଡ୍ ରେ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିଥିଲେ ଫିଲ୍ମ “ସାୱରିଆ’ରେ ।


୪. ଜରିନ୍ ଖାନ୍
ବଲିଉଡରେ “ବୀର’ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ଜରିନ୍ ଖାନ୍ ଖୁବ୍ ମୋଟା ଥିଲେ । ତାଙ୍କ ଓଜନ ୧୦୦ କେଜି ଥିଲା । ହେଲେ ସେ କଠିନ ପରିଶ୍ରମ କରି ଏବେ ୫୭ କିଲୋ ରେ ପହଞ୍ଚିଛନ୍ତି ।


୫. ସାରା ଅଲ୍ଲୀ ଖାନ୍
ଫ୍ୟାଟ୍ ଟୁ ଫିଟ୍ ଅଭିଯାନରେ ରହିଛନ୍ତି ବଲିଉଡ୍ ର ହିଟ୍ ନାୟିକା ସାରା ଅଲ୍ଲୀ ଖାନ୍ । ସେ ନିଜ ଷ୍ଟୁଡେଣ୍ଟ କ୍ୟାରିୟର୍ ରେ ୯୯ କେଜିର ଥିଲେ । ଯେତେବେଳେ ସେ ବଲିଉଡରେ କାମ କରିବାକୁ ଇଛା ଜାଗ୍ରତ ହେଲା ସେତେବେଳେ ସେ ନିଜ ଷ୍ଟାଇଲ୍ ଏକଦମ୍ ବଦଳାଇଦେଲେ । ଆଉ ଏବେ ତାଙ୍କ ଟ୍ରାନ୍ସଫରମେସନ୍ ଦେଖିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଏବେ ତାଙ୍କର ପୁରା ଜିରୋ ଫିଗର୍ । ଆଉ ଏକରୁ ଅଧିକ ଫିଲ୍ମରେ ଅଭିନୟ ଜଲୱା ଦେଖାଇସାରିଲେଣି ।

Get real time updates directly on you device, subscribe now.