fbpx

ଆଇସିୟୁରେ ଦୟନୀୟ ଅବସ୍ଥାରେ ପଡିଛନ୍ତି ହେଲେ ପ୍ରକୃତି ଛାଡୁନାହାନ୍ତି, ଦେଖୁନାହାନ୍ତି ବେଡରେ ପଡି କି ହରକତ୍ କରୁଛନ୍ତି…….

ନୂଆଦିଲ୍ଲୀ, ୨୪ା୪ : କରୋନା ପାଇଁ ଦେଶବ୍ୟାପୀ ଲୋକ ହନ୍ତସନ୍ତ ହେଉଛନ୍ତି । ତା ଉପରେ ପୁଣି ଅକ୍ସିଜେନ୍ ମିଳୁନଥିବାରୁ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହଜାର ସଂଖ୍ୟାରେ ଲୋକେ ଭୁତାଣୁକୁ ମାତ୍ ଦେଇ ନ ପାରି ଆଖି ବୁଜିଦେଉଛନ୍ତି । ଏହା ଭିତରେ ଏବେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ । ସେଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ରୋଗୀ ଆଇସିୟୁ ବେଡ୍ ରେ ପଡିଛି । ହେଲେ ହାତରେ ତମାଖୁ ମଳୁଥିବା ଦେଖିବାକୁ ମିଳିଛି ।

ଭିଡିଓ ଟିକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଥିବା ବେଳେ ସେଥିରେ ଲୋକଟିର ଅବସ୍ଥା ଦେଖିଲେ ଆପଣ ହସିବେ କି ରାଗିବେ ତାହା ଆପଣ ମାନେ ହିଁ ସ୍ଥିିର କରିବେ । ସେଥିରେ ଗୋଟିଏ ଲୋକ ଭେଣ୍ଟିଲେଟର୍ ରେ ପଡି ଜୀବନ ମରଣ ସହ ଲଢ଼େଇ କରୁଛି ଏବଂ ମୁହଁରେ ଅକ୍ସିଜେନ୍ ପାଇପ୍ ଲାଗିଛି । ତାକୁ ଦେଖିଲେ ଯାହା ଲାଗୁଛି ଲୋକଟି କୌଣସି ଏକ ଗୁରୁତର ରୋଗରେ ପୀଡିତ ଅଛି । ହେଲେ ସେହିପରି ଅବସ୍ଥାରେ ଥାଇ ମଧ୍ୟ ହାତରେ ତମାଖୁ ମଳୁଛି । ଆଉ ହସ୍ପିଟାଲର ନର୍ସ ମାନେ ତା ପାଖରେ ରହିଛନ୍ତି । ଏହା ଭିଡିଓକୁ ସେଠାରେ ଥିବା ଜଣେ ଷ୍ଟାଫ୍ ସୁଟ୍ କରିଥିବା ଜଣାପଡିଛି ।

ତେବେ ଉକ୍ତ ଲୋକ ବିଷୟରେ ଯାହା ସୁଚନା ରହିଛି ସେ ନିଜ ନିତିଦିନିଆ ଅଭ୍ୟାସକୁ ଛାଡିପାରୁନାହାନ୍ତି । ତେଣୁ ମେଡିକାଲ୍ ବେଡ୍ ରେ ଥାଇ ମଧ୍ୟ ଏପରି କାମ କରୁଛନ୍ତି । ସେ ସତରେ ତମାଖୁ ମଳୁନାହାନ୍ତି ବରଂ ଏହା ଆଗରୁ ହିଁ ତାଙ୍କ ଅଭ୍ୟାସ ପାଲଟିଥିବାରୁ ସେ ଏପରି କରୁଛନ୍ତି । ଭିଡିଓଟିକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଥିବା ବେଳେ ଏହା ଏବେ ଅଧିକ ରୁ ଅଧିକ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ଏବେ କିଛି ଲୋକ ମଜାକ୍ କରୁଥିବା ବେଳେ କିଛି ଏହାକୁ ବିରୋଧାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.