fbpx

ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ

ରାଞ୍ଚି, ୨୬ା୪ (ଓଡିଶା ଭାସ୍କର): ଝାଡ଼ଖଣ୍ଡର ଚାଇଁବାସାରେ ମାଓବାଦୀମାନେ ଏକ ବିସ୍ଫୋରଣ ଘଟାଇଛନ୍ତି । ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଏକ ଟ୍ରେନ୍ ଲାଇନ୍ ଉଡ଼ାଇ ଦେଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରେଳ ଧାରଣା ୨ ମିଟର ଉଚ୍ଚକୁ ଉଡ଼ିଯାଇଥିଲା । ଚକ୍ରଧରପୁର ଓ ସୋନୁ ରେଳଷ୍ଟେସନ ମଝିରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପରେ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ରେଳ ଚଳାଚଳ ଠପ୍ ହୋଇଯାଇଥିଲା । ଖବର ପାଇ ଆରପିଏଫ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟ ଶେଷ କରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ରେଳ ଲାଇନରେ ରେଳ ଚଳାଚଳ ସ୍ୱାଭାବିକ ରହିଥିବା ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.