fbpx

ଆଇପିଏଲ ୨୦୨୧, PBKS VS RCB: ଏମିତି ରିହିପାରେ ଉଭୟ ଦଳର ଚୂଡାନ୍ତ ଏକାଦଶ

ନୂଆ ଦିଲ୍ଲୀ, ୩୦/୦୪: ଆଇପିଏଲ ୨୦୨୧ର ୨୬ ତମ ମୁକାବିଲା ଶୁକ୍ରବାର ପଞ୍ଜାବ କିଙ୍ଗସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଭଲ ପ୍ରଦର୍ଶନ କରିଆସୁଛି । ବାଙ୍ଗାଲୋର ନିଜର ୬ଟି ମ୍ୟାଚ ମଧ୍ୟରୁ ୫ ଟି ମ୍ୟାଚ ଜିତିଥିବାବେଳେ ମାତ୍ର ଗୋଟିଏ ମ୍ୟାଚରେ ପରାଜୟ ହୋଇଛି । ଆଜିର ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ଦଳ ଚେଷ୍ଟା କରିବ । ପଞ୍ଜାବ କିଙ୍ଗସ ୬ଟି ମ୍ୟାଚରୁ ୪ ଟିରେ ପରାଜିତ ହୋଇଛି । ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଜିତି ଟୁର୍ଣ୍ଣାମେଟରେ ନିଜର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ।
ପଞ୍ଜାବର ପ୍ଲେଇଙ୍ଗ ଇଲେଭେନ କଥା କହିଲେ ଆଜି ପଞ୍ଜାବ ନିଜର ପ୍ଲେଇଙ୍ଗ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିପାରେ । ଟିମ ନିକୋଲସ ପୁରନଙ୍କ ଯାଗାରେ ଡେଭିଡ ମାଲାନଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ଦେଇପାରେ । ଓପନିଙ୍ଗ ବ୍ୟାଟିଂ ପାଇଁ କେଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ରହିବେ । ଦୀପକ ହୁଡ୍ଡା, କ୍ରିସ ଗେଲ, ଶାହରୁଖ ଖାନ ପ୍ଲେଇଙ୍ଗ ଇଲେଭେନରେ ରହିପାରନ୍ତି । ଫେବିୟନ ଏଲନ ଏବଂ ମୋଇଜେସ ହେନରିକସଙ୍କୁ ଟିମରେ ପୁଣିଥରେ ସାମିଲ କରାଯାଇପାରେ । ମହମ୍ମଦ ଶମ୍ମି ବୋଲିଙ୍ଗ ସମ୍ଭାଳିବେ । କ୍ରିଶ ଜର୍ଡନଙ୍କ ସ୍ଥାନରେ ଇଶାନ ପୋରେଲ ଙ୍କୁ ପଞ୍ଜାବର ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ମିଳିପାରେ । ଇଶାନ ପୋରେଲ ଏପର୍ଯ୍ୟନ୍ତ ଆଇପିଏଲରେ ଡେବ୍ୟୁ କରିନାହାଁନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ଇଲେଭେନ ବିଷୟରେ କହିଲେ ବାଙ୍ଗାଲୋର ଦଳରେ କୌଣସି ପରିବର୍ତ୍ତନ କରି ନପାରେ । ୟୁଜବେନ୍ଦ୍ର ଚହଲଙ୍କ ଫର୍ମ ଆରସିବି ପାଇଁ ଚିନ୍ତାର ବିଷୟ, କିନ୍ତୁ ଅଧିନାୟକ ବିରାଟ କୋହଲି ତାଙ୍କୁ ପ୍ଲେଇଙ୍ଗ ଇଲେଭେନ ଦୂରେଇ ରଖିବାକୁ ଚାହୁଁନାହାଁନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆରସିବି ହୁଏତ ଏହାର ପ୍ଲେଇଙ୍ଗ ଇଲେଭେନରେ ପରିବର୍ତ୍ତନ କରିପାରେ।
ପଞ୍ଜାବ କିଙ୍ଗ୍ସର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ – କେ.ଏଲ୍ ରାହୁଲ (ଅଧିନାୟକ ତଥା ୱିକେଟ୍ କିପର), ମୟଙ୍କ ଅଗ୍ରୱାଲ, ଡେଭିଡ ମଲାନ, କ୍ରିସ ଗେଲ, ଦୀପକ ହୁଡା, ମୋଇସ ହେନ୍ରିକ୍ସ, ଶାହରୁଖ ଖାନ, ଫାବିଆନ ଆଲେନ, ଇଶାନ ପୋରେଲ, ରବି ବିଷ୍ଣୁ, ମହମ୍ମଦ ଶାମି ଏବଂ ଅର୍ଶଦୀପ ସିଂ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ଇଲେଭେନ – ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଦିକଲ, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାଇମସ୍, କାଇଲ୍ ଜାମିସନ୍, ହର୍ଷଲ ପଟେଲ, ୟୁଜଭେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ।

Get real time updates directly on you device, subscribe now.